ପାକିସ୍ତାନର ପୂର୍ବତନ ସେନା ମୁଖ୍ୟଙ୍କ ପୁଅ ସହ ଅମୃତପାଲ୍ !
ଜାନୁୟାରୀ ୨୯ରେ ସ୍ଥାନୀୟ ଫେଡେରେଶନ ସ୍କୋୟାରରେ ଖଲିସ୍ତାନ ଉପନିର୍ବାଚନ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସଭାରେ ପୁଲିସ ମଧ୍ୟ ଉପସ୍ଥିତ ଥିଲା। ତେବେ ହଠାତ୍ ଦୁଇଜଣ ଖଲିସ୍ତାନୀ ନେତାଙ୍କ ଭିତରେ ବାକବିଣ୍ଡା ଆରମ୍ଭ ହେବା ପରେ ଏହା କ୍ରମେ ଝଗଡାର ରୂପ ନେଇଥିଲା। ଶେଷରେ ଗଣ୍ଡଗୋଳର ଅସ୍ତ୍ର ଭାବେ ବ୍ୟବହାର ହୋଇଥିଲା, ସେଠାରେ ଥିବା କିଛି ପତାକାର ଖମ୍ବ।
ମାଟିକୁ ଭଲ ପାଉ ନ ଥିବା ଲୋକଙ୍କ ଆଜେଣ୍ଡା, ଖଲିସ୍ତାନୀ ଆନ୍ଦୋଳନ
ଏହି ଖମ୍ବ ଜରିଆରେ ଆକ୍ରମଣ ଯୋଗୁ ଏକାଧିକ ଲୋକ ଗୁରୁତର ଆହତ ହୋଇଥିଲେ। ଶେଷରେ ଗଣ୍ଡେଗାଳ ଭିଆଇଥିବା ଉଭୟ ଅଭିଯୁକ୍ତ ମଧ୍ୟ ଲହୁଲୁହାଣ ହୋଇଥିଲେ। ଶେଷରେ ସେମାନଙ୍କୁ ଡାକ୍ତରଖାନା ପଠାଇ ଦିଆଯାଇଥିଲା। ସ୍ଥାନୀୟ ପୁଲିସ ସେ ୩ ଜଣଙ୍କୁ ଗିରଫ କରିଛି। ଉଭୟଙ୍କୁ ଅଗଷ୍ଟ ୮ରେ ମେଲବୋର୍ନ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବ। ଇତି ମଧ୍ୟରେ ପୁଲିସ ଅନ୍ୟ ଅପରାଧିଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି।
ସୂଚନାଯୋଗ୍ୟ, ଖଲିସ୍ତାନୀ ମାମଲା ଏକ ଆନ୍ତର୍ଜାତିକ ଆଜେଣ୍ଡା। ଭାରତ ଓ ପାକିସ୍ତାନରେ ଶିଖମାନେ ରହୁଥିବା ଅଂଶକୁ ଗୋଟିଏ ସ୍ବତନ୍ତ୍ର ରାଷ୍ଟ୍ର କରି ଭାରତକୁ ଭାଗ କରିବାକୁ ଯୋଜନା ଚାଲିଛି। ଯେଉଁଥିରେ ପରୋକ୍ଷରେ କିଛି ଶତ୍ରୁରାଷ୍ଟ୍ରର ହାତ ଅଛି ବୋଲି କୁହାଯାଉଛି। ଯାହାକୁ ନେଇ ପୂର୍ବରୁ ଦେଶ ବାହାରେ ଆମ ଜାତୀୟ ପତାକାକୁ ଅବମାନନା କରାଯାଇଥିଲା।