ବର୍ତ୍ତମାନ ଯୁଗକୁ ଆମେ ଅନ୍ଲାଇନର ଯୁଗ କହୁଛୁ। ମୋବାଇଲ ଫୋନଟା ହାତରେ ଥିଲେ ଦୁନିଆଟାକୁ କିଣି ପକେଇବାକୁ ଇଚ୍ଛା କରୁଛେ। ଠିକ୍ ସେମିତି ଇଚ୍ଛା ଏଇ ପିଲାଟି କରିଛି। ଆମେ କହୁଥିବା କାହାଣୀର ନାୟିକା ଆମେରିକାରେ ଜଣେ ୫ ବର୍ଷୀୟା ଝିଅ ଲିଲା ବାରିସ୍କୋ। ଲିନା ଅନ୍ଲାଇନରୁ ଗୋଟିଏ ଖେଳନା ଏବଂ ବୁଟ୍ ଅର୍ଡର କରିଦେଇଛନ୍ତି। ଯାହାର ମୂଲ୍ୟ ୨.୪୭ ଲକ୍ଷ ଟଙ୍କା ହେବ।
ରିପୋର୍ଟ ଅନୁଯାୟୀ, ମା’ ଜେସିକା ନୁନେସ୍ କାର୍ ଡ୍ରାଇଭିଂ କରି ଘରକୁ ଆସୁଥିଲେ। ସେହି ସମରେ ଝିଅ ଲିଲା ବାରିସ୍କୋ ଜେସିକାଙ୍କ ଫୋନ୍ରେ ଖେଳୁଥିଲେ। ପରେ ଜେସିକା ଦେଖିବା ବେଳକୁ ଆମାଜନ୍ରୁ ୧୦ଟି ଛୁଆଙ୍କ ଖେଳନା ବାଇକ୍, ଏକ ଜିପ୍, ୧୦ଟି ବୁଟ୍ର ଅର୍ଡର ରହିଥିଲା। ସେ ତୁରନ୍ତ ଅଧା ଅର୍ଡର ରଦ୍ଧ କରିଦେଇଥିଲେ। ହେଲେ ବାକି ଜିନିଷକୁ ରଦ୍ଧ କରିପାରି ନ ଥିଲେ। ଆଉ ସେ ସବୁ ଜିନିଷ ଫେରାଇବାର ମଧ୍ୟ ଅପସନ୍ ନ ଥିଲା। ତେବେ ଜିପ୍ ଏବଂ ବାଇକ୍ର ମୂଲ୍ୟ ୨ ଲକ୍ଷ ୬୧ ହଜାରରୁ ଊର୍ଦ୍ଧ୍ୱ ହୋଇଥିବାବେଳେ ବୁଟ୍ର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କା ।
ଏ ଘଟଣାକୁ ଆମେ କେବଳ ଆମ ପାଠକଙ୍କୁ ଏଇଆ କହିବାକୁ ଚାହୁଁ ଯେ, ପିଲାଙ୍କୁ ଗେଲବସର କରନ୍ତୁ। ବୁଦ୍ଧିମାନ କରିବାକୁ ମୋବାଇଲ ବି ଦିଅନ୍ତୁ। ହେଲେ ସାବଧାନ ଥିବେ ଆଜ୍ଞା ଯେମିତି ସେ ମୋବାଇଲ ଫୋନର ଦୂରୂପଯୋଗ ନ କରିପାରେ।
ବିଦେଶ ଖବର ଆହୁରି ପଢ଼ନ୍ତୁ