କୁହାଯାଏ ଜାପାନ ହେଉଛି ବିଶ୍ୱର ସର୍ବନିମ୍ନ ଜନ୍ମ ହାର ଥିବା ଦେଶମାନଙ୍କ ମଧ୍ୟରୁ ଅନ୍ୟତମ, ସେଠାରେ ୧୨୫ ନିୟୁତ ଲୋକଙ୍କ ମଧ୍ୟରୁ ୨୯.୧ ପ୍ରତିଶତ ଲୋକ ୬୫ ବର୍ଷରୁ ଅଧିକ ବୟସ୍କ ଅଟନ୍ତି।
ତେବେ ଜାଣନ୍ତୁ ସେହି ବୃଦ୍ଧ ବ୍ୟକ୍ତିଙ୍କର ପ୍ରତିଟିଦିନ କେମିତି କଟେ? ସକାଳ ୧୦.୩୦ରେ ସେ ଏକ ଡେସ୍କଟପ୍ ସାମ୍ନାରେ ବସି ନିଜ ବ୍ଲଗରେ କାମ କରନ୍ତି। ୧୧.୩୦ରେ ଏକ ବଡ଼ ଦର୍ପଣ ସାମ୍ନାରେ ବସି ନିଜର ଏକ ଚିତ୍ର ଆଙ୍କନ୍ତି। ୧୨ଟାରେ ଏକ ରେକର୍ଡରରେ ଅଭ୍ୟାସ କରନ୍ତି ଏବଂ ତା’ପରେ ଏକ ଛୋଟ ବିରତି ନେଇଥାନ୍ତି। ୧୨.୩୦ରେ ସେ ତାଙ୍କ ପତ୍ନୀଙ୍କ ସହିତ ଏକ ଡାଇନିଂଟେବୁଲ ଉପରେ ବସି ମଧ୍ୟାହ୍ନ ଭୋଜନ କରନ୍ତି। ଅପରାହ୍ନ ୧ ରେ ବଗିଚାରେ ଥିବା ନିଜ ଉଦ୍ୟାନକୁ ଯାଆନ୍ତି। ତା’ପରେ ମଧ୍ୟାହ୍ନ ୨ ଟାରେ ସେ ରେଳ ଷ୍ଟେସନ ଆର୍ଟ ଗ୍ୟାଲେରୀକୁ ବାହାରିଯାଆନ୍ତି। ତାଙ୍କର ଏହିଭଳି ଭାବରେ ଜୀବନ ଅତିବାହିତ କରିବା ଦେଖି ଲୋକମାନେ ତାଙ୍କର ଖୁବ୍ ପ୍ରଶଂଶା କରିଛନ୍ତି। ଜଣେ ୟୁର୍ଜସ କମେଣ୍ଟ କରିଛନ୍ତି "ପୁରୁଣା ଜାପାନୀ ଲୋକମାନେ ବହୁତ ସକ୍ରିୟ, ସେମାନଙ୍କର ସର୍ବଦା ଏକ ହବି ଥାଏ । ମୁଁ ଭାବୁଛି ସେହି କାରଣରୁ ସେମାନେ ଏତେ ଦିନ ବଞ୍ଚନ୍ତି"।
ତେବେ ଆଜିକାଲି ଦେଖିବାକୁ ମିଳୁଛି କମ୍ ବୟସରେ ବି ଲୋକମାନେ ସେତେ ଆକ୍ଟିଭ୍ ନଥାନ୍ତି ଯେତିକି ଏହି ବୃଦ୍ଧ ବ୍ୟକ୍ତି ୯୫ ବୟସରେ ଅଛନ୍ତି। ସେଥପାଇଁ ବହୁତ୍ କମ୍ ବୟସରେ ଜୀବନ ହରାଉଛନ୍ତି। ଜାପାନର ଏହି ବୃଦ୍ଧ ବ୍ୟକ୍ତି ଜଣକ କେବଳ ନିଜ ବୟସର ଲୋକଙ୍କ ପାଇଁ ନୁହେଁ ବରଂ ସବୁ ବର୍ଗର ଲୋକଙ୍କ ପାଇଁ ଏକ ପ୍ରେରଣା ସାଜିଛନ୍ତି।
ଅଧିକ ପଢ଼ନ୍ତୁ ବିଦେଶ ଖବର