ରିପୋଟ ଅନୁସାରେ ୩ ଗାଈର ବ୍ରିଡିଙ୍ଗ ନର୍ଥଓ୍ବେଷ୍ଟ ୟୁନିଭର୍ସିଟିର ବେୈଜ୍ଞାନିକମାନେ କରାଇଛନ୍ତି। ଦୁଇମାସ ତଳେ ଏହି ବାଛୁରୀ ନିଙ୍ଗ୍ଶିଆରେଜନ୍ମ ହୋଇଥିଲେ। ଏହି ସୁପର୍ କାଓ ନେଦରଲାଣ୍ଡସ୍ରୁ ଆସୁଥିବା ହୋଲଷ୍ଟିନ ଫ୍ରିସିଅନରୁ କ୍ଲୋନିଂ କରାଯାଇଛି।
ବିନା ଯୌନଗତ ପ୍ରକ୍ରିୟାରେ ଏକ ଜୀବରୁ ଅନ୍ୟ ଉପାୟରେ ଆଉ ଏକ ଜୀବକୁ ପ୍ରସ୍ତୁତ କରିବା ପ୍ରକ୍ରିୟାକୁ କ୍ଲୋନିଂ କୁହାଯାଏ। ବୈଜ୍ଞାନିକମାନେ ଏକ ଜୀବର ଡିଏନଏ ନେଇ ଏହା ସାହଯ୍ୟରେ ତାହାର ପ୍ରତିରୂପ ପ୍ରସ୍ତୁତ କରିଥାଆନ୍ତି। ଏହି ସମୟରେ ବୈଜ୍ଞାନିକମାନେ ନିଜ ହିସାବରେ ଜିନ୍ରେ ପରିବର୍ତ୍ତନ କରାଇଥାନ୍ତି। ଯାହାଦ୍ବାରା ଏହି ଜୀବ ଅନ୍ୟ ସାଧାରଣ ଜିବଙ୍କ ତୁଳନାରେ ଅଧିକ ଉତ୍ପାଦକ ତଥା ଲାଭଦାୟକ ହୋଇଥାଏ। ପ୍ରୋଜେକ୍ଟ ମୁଖ୍ୟ ଜିନ ପାପିଙ୍ଗ କହିଛନ୍ତି, ଭଲ ପ୍ରଜାତିର ଗାଈର କୋଷକୁ ସଂଗ୍ରହ କରାଯାଇ ସେଥିରୁ ଭ୍ରୂଣ ପ୍ରସ୍ତୁତ କରାଯାଇଥିଲା। ପରେ ତାହାକୁ ୧୨୦ ଗାଈଙ୍କ ଠାରେ ଛଡ଼ାଯାଇଥିଲା। ଏହି ଗାଈଗୁଡ଼ିକ ମଧ୍ୟରୁ ୪୨% ଗଭବତୀ ହୋଇଥିଲେ। ଏଥିରେ ୩ଟି ସୁପର କାଓ ଜନ୍ମ ନେଇସାରିଥିବାବେଳେ ଆଗାମୀ ଦିନରେ ବଳକା ଗାଈଗୁଡ଼ିକ ପ୍ରସବ କରିବେ।
ଗୋଟିଏ ସୁପରକାଓ ବର୍ଷକୁ ୧୮ ଟନ୍ କ୍ଷୀର ଦେବାରେ ସକ୍ଷମ। ଏହା ଆମେରିକାର ସାଧାରଣ ଗାଈ ତୁଳନାରେ ୧.୭ଗୁଣ ଅଧିକ। ଆଗାମୀ ୨ରୁ ୩ବର୍ଷ ମଧ୍ୟରେ ଆଉ ହଜାରେ ସୁପରକାଓକୁ ଜନ୍ମ କରାଯିବ। ଏବେ ଚୀନରେ ପ୍ରତି ୧୦ ହଜାର ଗାଈରେ ୫ଗାଈ ହିଁ ଜୀବନକାଳ ଭିତରେ ୧୦୦ଟନ କ୍ଷୀର ଦେଇପାରୁଛନ୍ତି। ଏଥିସହ ଦେଶରେ ୭୦% ଦୁଗ୍ଧଜାତୀୟ ପଦାର୍ଥ ବାହାରୁ ଆମଦାନୀ ହେଉଛି। କେବଳ ଗାଈ ନୁହେଁ ଚୀନ ଅନ୍ୟ ଜୀବଙ୍କ ମଧ୍ୟ କ୍ଲୋନିଂ କରୁଛି।
ଅଧିକ ବିଦେଶ ନ୍ୟୁଜ ପଢନ୍ତୁ