ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାକୁ ଲାଗିଛି । ରିପୋର୍ଟ ଅନୁସାରେ ଏହି ଘଟଣା ଚୀନର ହେନାନ୍ ପ୍ରାନ୍ତର । ଏଠାରେ କ୍ରେନ ନିର୍ମାଣକାରୀ କମ୍ପାନୀ ହେନାନ୍ ମାଇନ କର୍ମଚାରୀଙ୍କୁ ୭୦ କୋଟି ଟଙ୍କା ବୋନସ ଦେଇଛି । ବୋନସ ଦେବା ପୂର୍ବରୁ ଷ୍ଟେଜ ଉପରେ ୨ ମିଟର ଉଚ୍ଚର ନୋଟ୍ ଗଦା କରିଥିଲା । ଏହିପରିକି କମ୍ପାନୀ ଭଲ ସବୁଠାରୁ ଭଲ ପ୍ରଦର୍ଶନ କରିଥିବା କର୍ମଚାରୀଙ୍କୁ ୧୮ କୋଟି ଟଙ୍କା ଲେଖାଏଁ ବୋନସ ଦେଇଛନ୍ତି । ୩୦ରୁ ଅଧିକ କର୍ମଚାରୀଙ୍କୁ କୋଟିଏରୁ ଅଧିକ ଟଙ୍କା ବୋନସରେ ମିଳିଛି । କେବଳ ଏତିକି ନୁହେଁ ଏହି ପାର୍ଟିରେ ଟଙ୍କା ଗଣିବା ପ୍ରତିଯୋଗିତା ବି କରାଯାଇଥିଲା ।
କମ୍ପାନୀ ଏହି ପ୍ରତିଯୋଗୀତା ପାଇ ୧୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲା । ଏହାର ଭିଡିଓ ଜାନୁଆରୀ ୧୭ରେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ସୂଚନା ଅନୁସାରେ କୋଭିଡ ଗତବର୍ଷ ଏହି କମ୍ପାନୀ ହେନାନ୍ ମାଇନ ସ ର୍ବଧିକ ଲାଭ କରିଥିଲା । ୨୦୦୨ରେ ପ୍ରତିଷ୍ଠା ହୋଇଥିବା ଏହି କମ୍ପାନୀରେ ୫ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି । ସ ବୁ ଠାରୁ ବଡ କଥା ପ୍ରତିବର୍ଷ କମ୍ପାନୀ କର୍ମଚାରୀଙ୍କ ଦରମା ପ୍ରାୟ ୩୦ ପ୍ରତିଶତ ବଢିଥାଏ ।
ବିଦେଶ ଖବର ଆହୁରି ପଢନ୍ତୁ ।