ଏହା ଏକ ସତ ଘଟଣା ବୋଲି ଅନେକ ବିଶ୍ବାସ କରୁଛନ୍ତି । ଚୀନର ଅଧିକାରୀମାନେ ଲୋକମାନଙ୍କୁ ବାହାରକୁ ବାହାରିଲେ ଛତା ନେଇ ବାହାରିବାକୁ ପରାମର୍ଶ ଦେଇଛନ୍ତି ବୋଲି କୁହାଯାଉଛି । ତେବେ ବେଜିଂ ସହରର ସ୍ଥାନୀୟ ପ୍ରଶାସନ ଏ ବାବଦରେ କୌଣସି ତଥ୍ୟ ପ୍ରକାଶ କରିନଥିବାରୁ ଏହାକୁ ନେଇ ଲୋକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।
ପ୍ରବଳ ପବନ ଯୋଗୁଁ ଏହି ପୋକଗୁଡ଼ିକ ଅନ୍ୟ କେଉଁ ପାଶ୍ବବର୍ତ୍ତୀ ଅଂଚଳରୁ ବେଜିଂ ଆଡ଼କୁ ଉଡ଼ି ଆସିଛନ୍ତି ବୋଲି ଅନେକ ଅନୁମାନ କରୁଛନ୍ତି । କୌଣସି ଝଡ଼ ହେବା ପରେ ଏପରି କୀଟପତଙ୍ଗ ବା ଛୋଟ ପ୍ରାଣୀ ଅଲଗା ଅଂଚଳରୁ ପବନରେ ଉଠି ଆସି ସହରର ଆକାଶରୁ ବର୍ଷା ହେବା ସାଧାରଣ କଥା ବୋଲି ମଦର ନେଚର ନେଟଓ୍ବାର୍କ ନାମକ ଏକ ବିଜ୍ଞାନ ପତ୍ରିକା ସୂଚନା ଦେଇଛି । ବେଜିଂରେ ପ୍ରତି ବସନ୍ତ ଋତୁରେ ଏପରି କୀଟପତଙ୍ଗ ବର୍ଷା ହେବା ଘଟଣା ଘଟିଥାଏ ବୋଲି ମଧ୍ୟ କୁହାଯାଉଛି । କେତେକ ଏହାକୁ ଏହି ସମୟରେ ଦେଖା ଯାଉଥିବା ସଂବାଳୁଆ ବୋଲି କହିଛନ୍ତି ।
ତେବେ ଏହି ଅଜବ ଘଟଣା ପଛର ପ୍ରକୃତ କାରଣ ସାମ୍ନାକୁ ଆସିନାହିଁ । ଚୀନ ସରକାର ଏ ନେଇ କୌଣସି ବୟାନ ଜାରି କରିନାହାନ୍ତି । ବିଦେଶରେ ବସବାସ କରୁଥିବା ଚୀନର ନାଗରିକମାନେ ଏହାକୁ ମିଛ ବୋଲି ସଫେଇ ଦେଉଛନ୍ତି । ସେମାନଙ୍କ କହିବା ଅନୁସାରେ ଏହା ପ୍ରକୃତରେ ପୋକବର୍ଷା ନୁହେଁ ବରଂ ଚୀନରେ ବହୁଳଭାବେ ଦେଖାଯାଉଥିବା ପୋପଲାର ଫୁଲର କଢ ହୋଇପାରେ । ଏହା ସେହି ସ୍ଥାନର ବହୁତ ଲୋକପ୍ରିୟ ବୃକ୍ଷ ଅଟେ । ଏହା ମଞ୍ଜିରେ ଭରପୂର ଏବଂ ଯେତେବେଳେ ଏହାର କଢ ପଡିଥାଏ, ତାହା ପ୍ରାୟତଃ ଏକ କୀଟ ପରି ଦେଖାଯାଇଥାଏ । ଆଉ କେତେକ କହୁଛନ୍ତି ଯେ ଏହା ଆସପେନ ନାମକ ଗଛର ମଞ୍ଜି। ବସନ୍ତ ଋତୁରେ ଏହି ଗଛର ମଞ୍ଜି ଖସିପଡ଼ିଥାଏ ।
ତେବେ ଏହାକୁ ନେଇ ବେଶ କୌତୁହଳପୂର୍ଣ୍ଣ ମନ୍ତବ୍ୟ ପଢ଼ିବାକୁ ମିଳୁଛି ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ । ଚୀନର ଲୋକମାନେ ବିଭିନ୍ନ ପୋକଜୋକ ଖାଦ୍ୟ ଭାବରେ ଗ୍ରହଣ କରୁଥିବାରୁ ଏହା ସେମାନଙ୍କ ପାଇଁ ଡିନର ବୋଲି ମଜାରେ କହିଛନ୍ତି ଅନେକ ସୋସିଆଲ ମିଡ଼ିଆ ୟୂଜର୍ସ ।
ଅଧିକ ବିଦେଶ ଖବର ପଢ଼ନ୍ତୁ