ଆଫାଗାନିସ୍ତାନର ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୬.୧ ତୀବ୍ରତାରେ ହୋଇଥିଲା । ଏବେ ବି ଉପାନ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ଆଗକୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ।
ପାକିସ୍ତାନ ସୀମାନ୍ତ ଖୋଷ୍ଟ ସହର ଠାରୁ ୪୪ କିମି ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ । ଏହା ଭୂପୃଷ୍ଠରୁ ୫୧ କିମି ଗଭୀରରେ ସୃଷ୍ଟି ହୋଇଥିଲା । ରାତି ପ୍ରାୟ ୧.୩୦ରେ ଭୂକମ୍ପ ଝଟକା ଲୋକମାନେ ଅନୁଭବ କରିଛନ୍ତି । ଖୋଷ୍ଟ ବ୍ୟତୀତ ପାକଟିକାରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।