ଅଧିକ ପଢନ୍ତୁ : ଆତଙ୍କବାଦୀ ଆକ୍ରମଣର ପ୍ରମୁଖ କେନ୍ଦ୍ର ଭାବେ ମୁଣ୍ଡ ଟେକୁଛି ଆଫଗାନିସ୍ତାନ
ଆଫଗାନିସ୍ତାନ ସରକାର କହିଛନ୍ତି ଯେ ଆକ୍ରମଣକାରୀକୁ ଆଫଗାନିସ୍ତାନ ସେନା ଚିହ୍ନଟ କରିଛି । ସେମାନଙ୍କ ପାଖରେ ଥିବା ବିସ୍ଫୋରକ ବିସ୍ଫୋରଣ ହୋଇ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା କରାଯାଉଛି । ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । କିନ୍ତୁ ୨୦୨୧ ଅଗଷ୍ଟ ମଧ୍ୟଭାଗରେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଆଇଏସ ଆତଙ୍କବାଦୀ ସଂଗଠନର ଆଞ୍ଚଳିକ ସହଯୋଗୀ ସଂଗଠନ ଆଫଗାନିସ୍ତାନରେ ବାରମ୍ବାର ଆକ୍ରମଣ କରିଚାଲିଛି ।