ମୋଟ ୨୦ ଓଭରରେ ୮ ଓ୍ୱିକେଟ୍ ହରାଇ ଆଫଗାନିସ୍ତାନ ଟିମ୍ ୧୪୪ ରନ୍ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ସର୍ବାଧିକ ଗୁରୁବାଜ ୨୮ ରନ୍ କରିଥିଲେ । ଏହାପରେ ଉସମାନ୍ ଘାନି ୨୭ ରନ୍, ଇବ୍ରାହିନ୍ ଜଦ୍ରାନ୍ ୨୨ରନ୍, ନଜିବୁଲ୍ଲା ୧୮ରନ୍, ଗୁଲ୍ବାଦିନ୍ ୧୨ରନ୍ , ନାବି ୧୩ରନ୍, ରାସିଦ ଖାନ୍ ୯ରନ୍, ଆଜ୍ମାତୁଲ୍ହା ୩ ରନ୍ କରିଥିଲେ ।
ତେବେ ୧୪୫ ରନ୍ର ଟାର୍ଗେଟକୁ ପିଛା କରି ପଡିଆକୁ ଓହ୍ଲାଇଥିଲା ଶ୍ରୀଲଙ୍କା ବାହିନୀ । ଦଳ ପକ୍ଷରୁ ପାଥୁମା ନିଶାଙ୍କା ୧୦ ରନ୍, କୁସଲ୍ ମେଣ୍ଡିସ୍ ୨୫ରନ୍, ଧନଞ୍ଜୟ ଡିସ୍ଲଭା ବିସ୍ଫୋରକ ୬୬ ରନ୍, ଚାରିଥା ଆସଲଙ୍କା ୧୯ରନ୍, ଭାନୁକା ରାଜପକ୍ଷେ ୧୮ରନ୍ କରିଥିଲା । ଯାହାଫଳରେ ଶ୍ରୀଲଙ୍କା ଟିମ୍ ୧୮.୩ ବଲ୍ରେ ୪ ଓ୍ୱିକେଟ୍ ହରାଇ ଏହି ରନ୍କୁ ଚେଜ୍ କରିବାରେ ସଫଳ ହୋଇଥିଲା । ସେପଟେ ଆଫଗାନିସ୍ତାନ ପକ୍ଷରୁ ମୁଜବୁର ରେହମାନ୍ ଓ ରାସିଦ୍ ଖାନ୍ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।