ଏଭଳି ପରିସ୍ଥିତି ପାଇଁ ଆଫଗାନିସ୍ତାନରେ ସରକାରରେ ଥିବା ତାଲିବାନର ସୁରକ୍ଷା ରଣନୀତି ଦାୟୀ ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ଅଧିକ ପଢନ୍ତୁ: ପୁଣି ଥରେ ତାଲିବାନର ଶରଣକୁ ଗଲା ପାକିସ୍ତାନ
ଜାତିସଂଘର ଆନାଲିଟିକାଲ ସପୋର୍ଟ ଏଣ୍ଡ ସାଙ୍କସନ ମନିଟରିଂ ଟିମର 31 ତମ ରିପୋର୍ଟ ଜାରୀ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଆଫଗାନିସ୍ତାନରୁ ଆତଙ୍କବାଦୀ ଆକ୍ରମଣର ବିପଦ ମଧ୍ୟ ଓ ଦକ୍ଷିଣ ଏସିଆର ଦେଶ ମାନଙ୍କ ପାଇଁ ରହିଛି ।
ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ ଆଇଏସଆଇଏସ ଖୁରାସାନ ନିଜକୁ ତାଲିବାନର ବାସ୍ତାବିକ ପ୍ରଶାସନର ପ୍ରତିଦ୍ବନ୍ଦୀ ଭାବେ ନିଜକୁ ପ୍ରସ୍ତୁତ କରୁଛି । ଏହାର ରଣନୈତିକ ଧ୍ୟାନ ଆଫଗାନିସ୍ତାନ ଓ ଐତିହାସିକ ଖୁରାସାନ ଅଂଚଳ ଉପରେ ରହିଛି । ତାଲିବାନ ଆଫଗାନିସ୍ତାନକୁ ସମ୍ଭାଳି ପାରିବ ନାହିଁ ଓ ସୁରକ୍ଷା ପ୍ରଦାନ କରି ପାରିବ ନାହିଁ, ଏହା ଦର୍ଶାଇବା ଆଇଏସଆଇଏସ ଖୁରାସାନ ଆତଙ୍କବାଦୀ ସଂଗଠନର ମୂଳ ଉଦ୍ଦେଶ୍ୟ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଅଧିକ ପଢନ୍ତୁ: ପାକିସ୍ତାନର ପରମ ମିତ୍ର ଚୀନ ଦେଖାଇଲା ଅସଲ ରଙ୍ଗ
ତେଣୁ ଆଇଏସଆଇଏସ ଖୁରାସାନ ଆଫଗାନିସ୍ତାନରେ ଥିବା ବିଭିନ୍ନ ଦେଶର ଦୂତାବାସ ଓ ମିଶନ ଗୁଡିକୁ ଟାର୍ଗେଟ କରୁଛି ଓ ତାଲିବାନ ଓ ଅନ୍ୟ ଦେଶ ମାନଙ୍କର ସଂପର୍କକୁ ଦୁର୍ବଳ କରିବାକୁ ଚାହୁଁଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଆଫଗାନିସ୍ତାନରେ ତାଲିବାନ କ୍ଷମତାରେ ଆସିବା ପରେ କାବୁଲରେ ଗତ ସେପ୍ଟେମ୍ବର 5 ତାରିଖ ଦିନ ରୁଷର ଦୂତାବାସ ଉପରେ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା । ଏହା କୌଣସି କୂଟନୈତିକ ମିଶନ କାର୍ଯ୍ୟାଳୟ ଉପରେ ପ୍ରଥମ ଆକ୍ରମଣ ଥିଲା ।
ସେହିପରି ଡିସେମ୍ବର ମାସରେ ପାକିସ୍ତାନୀ ଦୂତାବାସ ଓ ଚୀନର ନାଗରିକ ମାନେ ରହୁଥିବା ହୋଟେଲ ଉପରେ ଆକ୍ରମଣ କରିଥିବା ନେଇ ମଧ୍ୟ ଆଇଏସଆଇଏସ ଖୁରାସାନ ଦାବି କରିଥିଲା । ଏହା ବାଦ ଏହି ସଂଗଠନ କାବୁଲରେ ଚୀନ, ଭାରତ ଓ ଇରାନର ଦୂତାବାସ ଉପରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଧମକ ମଧ୍ୟ ଦେଇ ସାରିଛି ।
ଆଇଏସଆଇଏସ ଖୁରାସାନ ହାଇ ପ୍ରଫାଇଲ ଆକ୍ରମଣ ବ୍ୟତୀତ କମ ତୀବ୍ରତା ବିଶିଷ୍ଟ ଆକ୍ରମଣ ମଧ୍ୟ ନିୟମିତ ବ୍ୟବଧାନରେ କରିଥାଏ । ଏହା ଦ୍ୱାରା ସେ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଭୟର ବାତାବରଣ ତିଆରି କରିବାକୁ ଚାହେଁ।
ବିଦେଶ ନ୍ୟୁଜ ଆହୁରି ପଢନ୍ତୁ
ପଶ୍ତୁନ ମାନଙ୍କୁ କାଠଗଡାରେ ଠିଆ କରାଇବାକୁ ଯାଇ ଏହି ଆଇଏସଆଇଏସ ଖୁରାସାନ ସଂଗଠନ ଶିୟ ମାନଙ୍କୁ ଟାର୍ଗେଟ କରିଥାଏ ଓ ସୁରକ୍ଷା ଏଜେନ୍ସି ମାନଙ୍କୁ ଚ୍ୟାଲେଂଜ କରିଥାଏ । ଆଇଏସଆଇଏସ ଖୁରାସାନ ନିକଟରେ ବର୍ତମାନ ପାଖାପାଖି ଏକ ହଜାରରୁ 3 ହଜାର ଆତଙ୍କବାଦୀ ଥିବା ଅନୁମାନ କରାଯାଉଛି ।