ଆମେରିକାକୁ ଆଫଗାନିସ୍ତାନ ଛାଡିବାର ଡେଡଲାଇନ ଆଉ 3 ଦିନ ରହିଛି । ଆଉ ଏତିକି ବେଳେ ଏହି ଆକ୍ରମଣ ହୋଇଥିବାବେଳେ ଏବେ ପ୍ରଶ୍ନ ଉଠୁଛି କଣ ଆମେରିକୀୟ ସୈନିକ 31 ଅଗଷ୍ଟ ସୁଦ୍ଧା ଦେଶ ଛାଡିଦେବେ ? କାରଣ ଏବେ ସୁଦ୍ଧା ଜୋ ବାଇଡେନ ବାରମ୍ବାର କହିଆସିଛନ୍ତି ଯେ 31 ଅଗଷ୍ଟ ସୁଦ୍ଧା ଆମେରିକା ସୈନିକମାନେ ପୁରା ପୁରା ଦେଶ ଛାଡିଦେବେ । କାରଣ ଏଥିରେ ଆମେରିକା ସେନିକଙ୍କର ଅନେକ କ୍ଷତି ହେଉଛି ।
ଯଦି ସେମାନେ ଏହି ସମୟରେ ଆଫଗାନିସ୍ତାନ ଛାଡି ଦେବେ ତେବେ ଘରୋଇ ରାଜନୀତି ସହ ବିଶ୍ୱ ରାଜନୀତିରେ ବାଇଡେନଙ୍କ ଛବି ମଳିନ ପଡିପାରେ । ଯଦି ଜୋ ବାଇଡେନ ଆତଙ୍କୀଙ୍କୁ ସଫା କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ କାବୁଲ ଓ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ସେନା ନିୟୋଜିତ କରିବାକୁ ପଡିବ । ଏନେଇ 31 ଅଗଷ୍ଟ ପରେ ଆମେରିକା ଦେଶ ଛାଡି ନପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଜୋ ବାଇଡେନ ଏହା ସଫା ସଫା କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ 31 ଅଗଷ୍ଟ ପରେ ମଧ୍ୟ ଜାରି ରହିବ । ଏଥି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ପୁରା ବିଶ୍ୱର ନଜର ରହିଛି ।
ଆମେରିକା ପାଇଁ ଆଇଏସଆଇଏସ ଏବେ ଏକ ବଡ ବିପଦ । ଆମେରିକା ଚାହିଁବନି ଆଫଗାନିସ୍ତାନ କିମ୍ବା ଅନ୍ୟ କେଉଁ ଅଞ୍ଚଳରେ ସେ ତାହାର ପ୍ରଭାବ ବିସ୍ତାର କରୁ । ତେଣୁ ଆଫଗାନିସ୍ତାନରେ ଆଇଏସ ଆଇଏସର ଶକ୍ତି ବୃଦ୍ଧିକୁ ପ୍ରତିହତ କରିବା ପାଇଁ ଆମେରିକା ପ୍ରତ୍ୟେକ୍ଷ ଭାବରେ ହେଉ କି ପରୋକ୍ଷ ଭାବରେ ହେଉ ଆଫଗାନିସ୍ତାନରେ ନିଜର ଉପସ୍ଥିତି ବଜାୟ ରଖିବାକୁ ବାଧ୍ୟ ।
ସୂଚନାଯୋଗ୍ୟ, ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ସିରିଜ ବିସ୍ଫୋରଣରେ ଅତି କମ୍ରେ ୯୦ ଜଣ ଆଫଗାନିସ୍ତାନ ଏବଂ ୧୩ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟିଛି। ଏହି ଆତ୍ମଘାତୀ ବିସ୍ଫୋରଣରେ ପ୍ରାୟ ୧୦୦ରୁ ଅଧିକ ପ୍ରାଣ ହାନି ହୋଇଥିବା ରିପୋର୍ଟ ମିଳିଛି ।