କାବୁଲ ପୋଲିସର ପ୍ରମୁଖଙ୍କ ପ୍ରବକ୍ତା ଫିରଦୌସ ଫରାମର୍ଜ କହିଛନ୍ତି ଯେ, ଉତ୍ତର କାବୁଲରେ ଅସ୍ତ୍ରଶସ୍ତ୍ର ପୂର୍ଣ୍ଣ ବନ୍ଦ ଗାଡି ଦ୍ଵାରା ହୋଇଥିବା ବିସ୍ଫୋରଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣେ ଆହାତ ହୋଇଛନ୍ତି। ତେବେ ଏହି ଘଟଣାରେ କୌଣସି ବିବରଣୀ ଉପଲବ୍ଧ ହୋଇନାହିଁ।
ଫରାମର୍ଜ ଏହା କହିଛନ୍ତି ଯେ, ପୂର୍ବ କାବୁଲରେ ସରକାରଙ୍କ ଜଣେ ଓକିଲଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଆକ୍ରମଣ ବେଳେ ସେ ନିଜ ଅଫିସରେ ଥିଲେ ବୋଲି କୁହାଯାଇଛି।