ଆଫଗାନିସ୍ତାନ: ପବିତ୍ର ରମଜାନ ମାସ ଆରମ୍ଭରୁ ପାକିସ୍ତାନ ଓ ତାପରେ ଆଫଗାନିସ୍ତାନରେ ଆତ୍ମଘାତି ବିସ୍ଫୋରଣ । ଆଫଗାନିସ୍ତାନର ରାଜଧାନୀ କାବୁଲର ଉଚ୍ଚ ସୁରକ୍ଷା ସଂପନ୍ନ ଆଟର୍ଣ୍ଣି ଜେନେରାଲ ଅଫିସ ନିକଟରେ ଏହି ବିସ୍ଫୋରଣ ହୋଇଛି । ଆତଙ୍କବାଦୀମାନେ ଏହି ବିସ୍ଫୋରଣ ଘଟାଇଛନ୍ତି । ଏଥିରେ ୯ଜଣ ପ୍ରାଣ ହରାଇଛନ୍ତି । ବିସ୍ଫୋରଣ ପରେ ସୁରକ୍ଷା କର୍ମୀ ଉକ୍ତ ସ୍ଥାନକୁ ଘେରାଉ କରି ରଖିଛନ୍ତି । ଏହାପରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ସୁରକ୍ଷା କର୍ମୀ ଏହାର ପାଲଟା ଜବାବ୍ ଦେଇ ଗୁଳି ଚଳାଇଥିଲେ ।
ଏହି ଘଟଣାରେ ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ ୯ ଜଣ ବ୍ୟକ୍ତି ପ୍ରାଣହରାଇଛନ୍ତି ଓ ୨୫ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ସ୍ଥଳରୁ ବହୁଦୂରକୁ କଳା ଧୁଆଁ ବାହାରୁଥିବା ଦେଖାଯାଇଥିଲା । ଏହ ଘଟଣାରେ ଏପର୍ୟ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରି ନଥିଲେ ମଧ୍ୟ ଏହା ପଛରେ ତାଲିବାନ କିମ୍ବା ଆଲକାଇଦାର ହାତଥିବା ସନ୍ଦେହ କରାଯାଉଛି ।
