ଏ ଦୃଶ୍ୟ କେତେ ଭୟଙ୍କର...ଭଗବାନଙ୍କ ସବୁଠୁ ଶ୍ରେଷ୍ଠ ସୃଷ୍ଟି ମଣିଷ ମୁଣ୍ଡ ଗୁଞ୍ଜିବାକୁ ରାହା ପାଉନି ।
ଅଷ୍ଟ୍ରେଲିଆ ପୂର୍ବ ଲିବ୍ୟାରେ ବାତ୍ୟା ପରେ ପ୍ରଳୟଙ୍କରୀ ବନ୍ୟା ଛାତି ଥରାଇ ଦେଉଛି । ଲିବ୍ୟାରୁ ଯେଉଁ ଭିଜୁଆଲ ଆସୁଛି ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ।
ଡ୍ୟାମ ଭୁଶୁଡ଼ିବାରୁ ବନ୍ୟାରେ ୫୩୦୦ ଲୋକ ଆଖିବୁଜିଲେଣି । ଖାଲି ସେତିକି ନୁହେଁ ୧୦ ହଜାର ଲୋକ ନିଖୋଜ ଅଛନ୍ତି । ଡ୍ୟାମ ହଠାତ ଭୁଶୁଡ଼ିବା ଫଳରେ ପୂର୍ବ ଲିବ୍ୟାର ଡେରନା ସହର ଜଳମଗ୍ନ ହୋଇଛି । ପାଣିର ପ୍ରଖର ସ୍ରୋତରେ ଆପାର୍ଟମେଣ୍ଟଗୁଡ଼ିକ ବୁଡିବା ସହ ଗାଡ଼ିମଟର ରାସ୍ତାରେ ଭାସୁଥିବା ଦେଖିବାକୁ ମିଳିଛି । ମାଟିରେ ମିଶିଛି ଅନେକ କୋଠା ।
ବାତ୍ୟା ଫଳରେ ପୂର୍ବ ଲିବ୍ୟାରେ ହୋଇଥିଲା ମୂଷଳାଧାରା ବର୍ଷା ଯୋଗୁଁ ଡ୍ୟାମ ଭୁଶୁଡ଼ିବା ସହ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୬୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଡେରନା ସହର ବନ୍ୟାରେ ଧ୍ବଂସ ହୋଇଯାଇଛି । 2୦ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଡେରନାର ବିଭିନ୍ନ ସ୍ଥାନରେ ମୃତଦେହ ଭାସୁଥିବା ଦେଖାଯାଇଛି ।
ଅନେକ ସ୍ଥାନରେ ରାସ୍ତା ଧୋଇ ଯାଇଥିବାରୁ ସେଠାକୁ ସହାୟତା ପଠାଇବାରେ ବହୁ ବାଧା ଉପୁଜୁଛି । ରାସ୍ତା ଓ ପୋଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଏହାର ନିର୍ମାଣ ପାଇଁ ପ୍ରାୟ ୮ହଜାର କୋଟି ଟଙ୍କା ଆବଶ୍ୟକ ବୋଲି ଲିବ୍ୟାନ ଗଭର୍ଣ୍ଣମେଣ୍ଚ ଅଫ ନ୍ୟାସନାଲ ୟୁନିଟି ପକ୍ଷରୁ କୁହାଯାଇଛି । ସ୍ଥିତି ଅତ୍ୟନ୍ତ ବିପଦପୂର୍ଣ୍ଣ ଓ ହୃଦୟବିଦାରକ ।
ଆହୁରି ପଢନ୍ତୁ ବିଦେଶ ଖବର...