ଏଆଇ ହେଉଛି ମଣିଷ ଦ୍ବାରା ନିୟନ୍ତ୍ରଣ କରାଯାଇପାରୁଥିବା ଏକ ମେସିନ୍ ଯାହାକୁ ମଣିଷ ଯେମିତି ଚାହିଁବ ସେମିତି ବ୍ୟବହାର କରିପାରିବ। ସେଥିପାଇଁ ଏବେ ସବୁ କ୍ଷେତ୍ରରେ ଏଆଇକୁ ବ୍ୟବହାର କରାଯାଉଛି। ମଣିଷ ତୁଳନାରେ ଏହା ବହୁତ୍ କମ୍ ସମୟରେ ଅଧିକ କାମ କରିପାରୁଛି ତା ସହିତ ୨୪ ଘଣ୍ଟା ଉପଲବ୍ଧ ମଧ୍ୟ ରହୁଛି । ଏହାଦ୍ବାରା ତ୍ରୁଟିର ଆଶଙ୍କା ବହୁତ୍ କମ ରହୁଛି। ବର୍ତ୍ତମାନ ଏଆଇ ଚାହିଦା ଖୁବ୍ ଅଧିକ। କିନ୍ତୁ କଣ ଏଆଇ ଭବିଷ୍ୟବାଣୀ ବି ଦେଇପାରିବ? ଏକ ଗବେଷଣାରୁ ଜଣାପଡିଛି ଯେ ଭୂମିକମ୍ପକୁ ନେଇ ଏଆଇ ଯେଉଁ ତଥ୍ୟ ପ୍ରଦାନ କରୁଛି ତାହା ୭୦ ପ୍ରତିଶତ ସଠିକ୍ ରହୁଛି।
ଅଷ୍ଟିନର ଟେକ୍ସାସ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏଭଳି ଏକ ଏଆଇ ପ୍ରସ୍ତୁତ କରିଛନ୍ତି, ଯାହାକୁ ଠିକ୍ ସମୟରେ ଭୂମିକମ୍ପ ସମ୍ପର୍କରେ ସୂଚନା ଦେବା ପାଇଁ ତାଲିମ ମଧ୍ୟ ଦିଆଯାଇଛି।
ଏହି ଏଆଇକୁ ତାଲିମ ପୂର୍ବରୁ ଆଗରୁ ହୋଇଥିବା କେତୋଟି ଭୂକମ୍ପର ଡାଟା ଦିଆଯାଇଥିଲା। ଆଉ ୭ ମାସ ପରୀକ୍ଷା କରିବା ପାଇଁ ରଖାଯାଇଥିଲା। ସେହି ସମୟରେ ଦେଖିବାକୁ ମିଳିଥିଲା ଯେ ଉକ୍ତ ଏଆଇ ୨୦୦ ମାଇଲ ଦୂରତା ଭିତରେ ହେବାକୁ ଥିବା ୧୪ଟି ଭୂମିକମ୍ପ ବିଷୟରେ ଏକ ସପ୍ତାହ ପୂର୍ବରୁ ସଠିକ୍ ସୂଚନା ଦେଇଥିଲା।ଗୋଟିଏ ଭୂକମ୍ପ ବିଷୟରେ ଜାଣିପାରିନଥିବାବେଳେ ଅନ୍ୟ ଆଠଟି ବିଷୟରେ ଏହା ଭୁଲ ତଥ୍ୟ ଦେଇଥିଲା। ଏହା ପାଖାପାଖି ୭୦ ପ୍ରତିଶତ ଠିକ୍ ତଥ୍ୟ ଦେଇ ପାରୁଥିବାରୁ ଭବିଷ୍ୟତରେ ଏହାଦ୍ୱାରା ଭୂମିକମ୍ପ ଟ୍ରାକ୍ କରିହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ଏବଂ ସେ କହିଛନ୍ତି ଏହାଦ୍ବାରା ଭୂମିକମ୍ପ ଯୋଗୁଁ ହେଉଥିବା ବିପୁଳ କ୍ଷୟ କ୍ଷତିକୁ ମଧ୍ୟ କିଛି ମାତ୍ରାରେ ରୋକାଯାଇପାରିବ।
ଅଧିକ ପଢନ୍ତୁ ବିଦେଶ ଖବର