ଯେଉଁଥିରେ ସେ 66 ହଜାର ଟଙ୍କା ସଞ୍ଚୟ କରିପାରିଥିଲେ । ଏହାପରେ ସେ ଏହି ଟଙ୍କାକୁ କ୍ରିପ୍ଟୋକରେନ୍ସିରେ ନିବେଶ କଲେ । ଆଉ ଏବେ ସେ କୋଟିପତି । ଏକା ସାଙ୍ଗରେ ଏତେ ଟଙ୍କା ଦେଖି ସେ ବି ଆଶ୍ଚର୍ଯ୍ୟ ।
କୈଫ କୁହନ୍ତି 2017ରେ ସ୍ନାତକ ଶେଷ କରିବା ପରେ ସେ ଆମାଜାନ୍ ରେ ଡେରିଭଲି ଭୟ ଭାବେ କାମୁ କରୁଥିଲେ । ଦିନକୁ ସେ ପ୍ରାୟ 14 ଘଣ୍ଟା ପରିଶ୍ରମ କରୁଥିଲେ । ହେଲେ ଏତେ ପରିଶ୍ରମକୁ ନେଇ ସେ ଦୁଃଖିତ ରହୁଥିଲେ । ଶେଷରେ ଏକ ଚ୍ୟାଲେଞ୍ଜ ନେଇ ଭର୍ଜ ନାମକ ଏକ କ୍ରିପ୍ଟୋ ମୁଦ୍ରାରେ ନିଜ ସଞ୍ଚିତ 66 ହଜାର ଟଙ୍କା ଲଗାଇଦେଲେ । ଦେଖୁ ଦେଖୁ ତାଙ୍କ ମୁଦ୍ରାର ମୂଲ୍ୟ ଦ୍ରୁତ ଗତିରେ ବଢିବାକୁ ଲାଗିଲା । ଏହି ନିବେଶରୁ ସେ ପ୍ରାୟ 28 ଲକ୍ଷ ଟଙ୍କା ଆୟ କରିଛନ୍ତି । ଏହାପରେ ସେ ଆମାଜନ ଚାକିରି ଛାଡିଦେଲେ ।
କ୍ରିପ୍ଟୋ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଲାଗିଲେ । ଧୀରେ ଧୀରେ ତାଙ୍କର ଆୟ ବଢିବାକୁ ଲାଗିଲା । ଆମାଜନ୍ ଚାକିରି ଚାଢିବାର କିଛି ମାସ ପରେ ସେ ପ୍ରାୟ 5 କୋଟି ଟଙ୍କା ଆୟ କଲେ । ବର୍ଷକ ପରେ ତାଙ୍କ ଆୟ ଦୁଇ ଗୁଣିତ ହୋଇଗଲା । କୋଟିତି ହେବା ପରେ ସେ ଦୁବାଇ ଚାଲିଗଲେ । ଏବେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି । ଯେଉଁଠି ତାଙ୍କର 4 କୋଟି ଟଙ୍କାର ପେଣ୍ଟ ହାଉସ୍ , 2 କୋଟି ଟଙ୍କାର ମର୍ସିଡିଜ ଜି ୱାଗନ କିଣିଛନ୍ତି । ଏତେ କମ ବୟସରେ ଏତେ ସବୁ ହାସଲ କରିଥିବାରୁ ତାଙ୍କ ବାପା ମା ତାଙ୍କୁ ନେଇ ଏବେ ଗର୍ବିତ ।
ବିଦେଶ ଖବର ଆହୁରି ପଢନ୍ତୁ ।