ଏହା ପୂର୍ବରୁ କମ୍ପାନୀ ଗତ ନଭେମ୍ବର ମାସରେ 10 ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଥିଲା । ଆମାଜନ କମ୍ପାନୀର ଗତ ସେପ୍ଟେମ୍ବର ମାସ ଶେଷ ଯାଏ ମୋଟ 15 ଲକ୍ଷ କର୍ମଚାରୀ ଥିଲେ । ଏହା ଆମେରିକାର ସବୁଠାରୁ ବଡ ନିଯୁକ୍ତିଦାତା ସମ୍ପାନୀ ଥିଲା । ଆମାଜନର ଏହି ନିଷ୍ପତି ପରେ କମ୍ପାନୀର ଶେୟାରରେ 2 ପ୍ରତିଶତ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି ।
ଆମାଜନ କମ୍ପାନୀ ପକ୍ଷରୁ କୁହା ଯାଇଛି ଯେ ଏହି ଛଟେଇର ଶୀକାର ହୋଇଥିବା କର୍ମଚାରୀ ମାନଙ୍କ ପାଇଁ କମ୍ପାନୀ ସେପାରେସନ ପେମେଂଚ, ଟ୍ରାଜିସନାଲ ହେଲ୍ଥ ଇନସ୍ୟୁରାନ୍ସ ବେନିଫିଟ ଓ ଏକ୍ସଟର୍ନାଲ ଜବ ପ୍ଲେସମେଂଟ ସପୋର୍ଟ ପ୍ରଦାନ କରିବ । ଏହି ଛଟେଇର ଶୀକାର ହେଉଥିବା ଲୋକ ମାନେ କମ୍ପାନୀକୁ ଦେଇଥିବା ଯୋଗଦାନ କାରଣରୁ ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ ।ଗତ କିଛି ଦିନ ତଳେ ୱାଲ ଷ୍ଟ୍ରିଟ ଜର୍ନାଲର ଏକ ରିପୋର୍ଟରେ କୁହାଯାଇଥିଲା ଯେ ଆମାଜନ କମ୍ପାନୀ ନିଜର ଅନ ପ୍ରଫିଟେବଲ ୟୁନିଟ ଗୁ଼ଡିକୁ କାମ କରୁଥିବା କର୍ମଚାରୀ ମାନଙ୍କୁ ଅନ୍ୟତ୍ର ଚାକିରୀ ଖୋଜିବାକୁ କହିଛି । ସେତେବେଳେ ଏହି ରିପୋର୍ଟରେ କୁହାଯାଇଥିଲା ଯେ ଏହି ପ୍ରଜେକ୍ଟ ଗୁଡିକ ବନ୍ଦ କରାଯିବା କିମ୍ବା ସ୍ଥଗିତ ରଖିବାର ସମ୍ଭାବନା ଥିବା କାରଣରୁ କର୍ମଚାରୀ ମାନଙ୍କୁ ଚାକିରୀ ଖୋଜିବାକୁ କୁହାଯାଇଛି ।
ଆମାଜନ କମ୍ପାନୀ କିଛି ଦିନ ପୂର୍ବରୁ ହିଁ ନିଜର ନୂଆ କର୍ମଚାରୀ ନେବା ପ୍ରକ୍ରିୟାକୁ ବନ୍ଦ କରି ସାରିଛି । କମ୍ପାନୀ ପକ୍ଷରୁ ଜାରୀ କରାଯାଇଥିବା ନୋଟରେ ସେତେବେଳେ କୁହାଯାଇଥିଲା ଯେ କମ୍ପାନୀ ଏକ ଅସାଧାରଣ ମାକ୍ରୋ ଇକୋନୋମିକ ପରିବେଶର ସାମନା କରୁଛି । ଏଭଳି ପରିବେଶରେ ନିଜର ନୂଆ ଲୋକ ନେବା ଓ ଇନଭେଷ୍ଟମେଂଟକୁ ବାଲାନ୍ସ କରିବାକୁ କମ୍ପାନୀ ଚାହୁଁଛି ।
ଅର୍ଥନୀତି ଖବର ଆହୁରି ପଢନ୍ତୁ