ଅଧିକ ପଢନ୍ତୁ: ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଛି, ଅନ୍ୟପଟେ ପ୍ରବଳ ବରଫପାତ ଓ ଥଣ୍ଡା ବାସହରାଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି
ଝିଅଟି ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି । ତୁର୍କୀର ନାରଗଦୀ ନିକଟ ଗାଜିଆଣ୍ଟେପରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଝିଅଟିକୁ ଜୀବନ୍ତ କରିଥିଲେ ଭାରତୀୟ ଏନଡିଆରଏଫ ଟିମ । କେଉଁଠି ନବଜାତ ଶିଶୁ ଉଦ୍ଧାର ହେଉଛି ତ କେଉଁଠି ୮ ମାସର ଶିଶୁ । ତେବେ ବର୍ତ୍ତମାନ ସୁଦ୍ଧା 24 ହଜାରରୁ ଅଧିକ ମୃତ ଦେହ ଉଦ୍ଧାର ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି । ଏବେବି ମାଟି ତଳେ ହଜାର ହଜାର ଲୋକ ଚାପି ହୋଇ ରହିଛନ୍ତି । ବିନା ଖାଦ୍ୟ ବିନା ପାଣିରେ ପଥର ତଳେ ଚାପି ହୋଇ ରହିଛନ୍ତି ଦଜାର ହଜାର ଲୋକ । 40 ଲକ୍ଷରୁ ଅଧିକ ବାସହରାଙ୍କୁ ଖାଦ୍ୟ ଯୋଗାଇବା ଦୁଇ ଦେଶ ପାଇଁ ସବୁଠାରୁ ବଡ଼ ଚଲେଞ୍ଚ ହୋଇଛି । ବିଶ୍ୱବ୍ୟାଙ୍କର ଆର୍ଥିକ ସହାୟତା, ଭାରତ ସମେତ ବିଶ୍ୱର 70 ଦେଶର ସହାୟତା ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଟନ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି ।
ଅଧିକ ବିଦେଶ ନ୍ୟୂଜ଼ ପଢନ୍ତୁ