୨୨ ତାରିଖ ଅନୁଭୂତ ଭୂକମ୍ପରେ ଆଫଗାନୀସ୍ଥାନ, ପାକିସ୍ତାନ ଓ ଭାରତକୁ ଥରାଇଥିଲା। କିନ୍ତୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଆଫଗାନୀସ୍ତାନ ଓ ପାକିସ୍ଥାନ। ୬.୮ ତ୍ରିବ୍ରତାର ଏହି ଭୂକମ୍ପ ଯୋଗୁ ଏହି ଦୁଇ ଦେଶରେ ୧୨ଜଣଙ୍କ ମୃତ୍ୟୁ ଘଟିଥିଲା। ୨୫୦ଜଣ ବ୍ୟକ୍ତି ଗୁତୁତର ଆହତ ହୋଇଥିଲେ। ଭୂକମ୍ପର ସମୟ ଥିଲା ମଧ୍ୟରାତ୍ର। ଯାହାକୁ ନେଇ ଆଜି ସକାଳେ ପୁଣି ଭୂକମ୍ପ ଝଟକା ଅନୁଭବ କରିବା ପରେ ଦେଶବାସୀ ଭୀତତ୍ରସ୍ତ ହୋଇପଡିଥିଲେ।
ଆଜି ଅନୁଭୂତ ଏହି ଭୂକମ୍ପର କେନ୍ଦ୍ରସ୍ଥଳ କାବୁଲ୍ ନଗରୀ ଥିଲା। କୁହା ଯାଉଛି କାବୁଲ ସହରର ପୂର୍ବକୁ ୮୫ କିଲୋମିଟର୍ ଦୂରବର୍ତ୍ତୀ ଅଞ୍ଚଳରେ ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଏହା ସଙ୍ଗଠିତ ହୋଇଥିଲା।
ସିସ୍ମୋଲୋଜି ବିଭାଗ ପକ୍ଷରୁ ମାର୍ଚ୍ଚ ୨୭ ତାରିଖ ଦିନ ମଧ୍ୟ ଆଫଗାନିସ୍ତାନର ଫର୍ଖାର୍ ଜିଲ୍ଲାରେ ଭୂମିକମ୍ପ କଥା କୁହାଯାଉଛି। ଅବଶ୍ୟ ଏହା ମଧ୍ୟ ବିଶେଷ ମାରାତ୍ମକ ନ ଥିଲା। ତେବେ ଲଗାଦାର ଭାବେ ଏଭଳି ଭୂକମ୍ପ ଲାଗି ଦେଶର ଲୋକେ ଭୟଭୀତ ହୋଇପଡୁଛନ୍ତି।
An earthquake with a magnitude of 4.3 on the Richter Scale hit 85km East of Kabul, Afghanistan today at 5:49 am IST: National Centre for Seismology pic.twitter.com/FtN27IlsfY — ANI (@ANI) March 29, 2023