ତେବେ ଭାରତ ଓ ପୋଲାଣ୍ଡ ମଧ୍ୟରେ ଏହି ଆନୁଗତ୍ୟର ଅସଲ କାରଣ କ’ଣ ଜାଣିଲେ ଆପଣ ନିଶ୍ଚୟ ଖୁସି ହେବେ। ଯୁଦ୍ଧ ବିଭୀଷିକା ଭିତରେ ଭାରତର ମହାନ୍ ‘ବସୁଧୈବ କୁଟୁମ୍ବକମ୍’ ନୀତି ଆଗରେ ମୁଣ୍ଡ ନଇଁଜୀବ।
ଭାରତ ପୋଲାଣ୍ଡ ସମ୍ପର୍କକୁ ଜାଣିବାକୁ ହେଲେ ଆମକୁ ଯିବାକୁ ପଡିବ ୨ୟ ବିଶ୍ୱଯୁଦ୍ଧର ସମୟକୁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପୋଲାଣ୍ଡକୁ ଜର୍ମାନୀର ହିଟଲର ଓ ସୋଭିଏତ୍ ସଙ୍ଘ ରୁଷର ଷ୍ଟାଲିନ୍ ଆକ୍ରମଣ କରି ଏକପ୍ରକାର ଧ୍ୱଂସ କରିଦେଇଥିଲେ। ହେଲେ ପୋଲାଣ୍ଡର କିଛି ଜନସାଧାରଣ ଜୀବନ ବଞ୍ଚିବା ପାଇଁ ଅନ୍ୟର ସାହାର ଖୋଜୁଥିଲେ। ଭାରତ ପରାଧୀନ ଥିବାରୁ ଇଂରେଜମାନେ ଆମ ଶାସକ ଥିଲେ, ଯେଉଁମାନେ ଯୁଦ୍ଧରେ ଭାଗ ନେଉଥିଲେ । ହେଲେ ଆମ ସଂସ୍କୃତି ବସୁଧାକୁ ନିଜର ବୋଲି ଜ୍ଞାନ କରେ, ଏ କଥାଟି ସେତେବେଳେ ହିଁ ସତ୍ୟରେ ରୁପାନ୍ତରିତ ହେଲା।
ପୋଲାଣ୍ଡବାସୀଙ୍କୁ ମୃତ୍ୟୁ ମୁହଁରେ ସମସ୍ତେ ଛାଡି ଦେଇଥିବା ବେଳେ ସାହାରା ପାଲଟିଥିଲା ଭାରତ।
ଗୁଜରାଟ ଜାମନଗରର ରାଜା ଶ୍ରୀଶ୍ରୀ ଜାମ୍ ସାହେବ୍ ଦିଗବିଜୟ ସିଂହ ଜାଡେଜା ଏହି ଯୁଦ୍ଧ ପୀଡିତଙ୍କୁ ସହାୟତା କରିବାକୁ ଆଗକୁ ଆସନ୍ତି। ଦିଗବିଜୟ ସିଂହ ସେତେବେଳେ ଭାରତୀୟ ବ୍ରିଟିଶ୍ ୱାର କାଉନ୍ସିଲର ସଦସ୍ୟ ଥିଲେ। ଏଣୁ ସେ ନିଜ ଖର୍ଚ୍ଚରେ ଏକ ବଡ଼ ଜାହାଜରେ ପୋଲାଣ୍ଡର କିଛି ଅନାଥ ପିଲା ଓ ମହିଳାଙ୍କୁ ଆଣି ଜାମନଗର ଵାଲାଛଡିରେ ଥଇଥାନ କଲେ। ସେମାନଙ୍କ ଚଳିବା ଓ ଜୀବନ ଧାରଣ ପାଇଁ ସବୁ ବ୍ୟବସ୍ଥା ମଧ୍ୟ କଲେ।
ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସରିବା ପର୍ଯ୍ୟନ୍ତ ଭାରତରେ ଶରଣ ନେଇଥିଲେ ପୋଲାଣ୍ଡର ଏହି ଯୁଦ୍ଧ ସରଣାର୍ଥୀ। ୧୯୪୨ ରୁ ୧୯୮୬ ପର୍ଯ୍ୟନ୍ତ ସେଇ ପିଲାମାନେ ଅସ୍ଥାୟୀ କ୍ୟାମ୍ପରେ ରହିଲେ। ପରେ ରାଜା ଜାମ୍ ସାହେବ୍ ସେମାନଙ୍କୁ ସକୁଶଳେ ପୋଲାଣ୍ଡରେ ନେଇ ଛାଡି ଆସିବାର ବ୍ୟବସ୍ଥା କରିଥିଲେ। ଖାସ୍ ଏଇଥିପାଇଁ ଆଜି ବି ସେ ଦେଶର ଲୋକେ ଭାରତୀୟମାନଙ୍କ ପାଖରେ ଖୁବ୍ କୃତଜ୍ଞ।
ଆଉ ଯାହାର ପରିଣାମ ଭାବେ ଆଜି ଆମ ଭାରତର ପିଲାମାନେ ଯୁଦ୍ଧ ସମୟରେ ଶରଣ ପାଇଛନ୍ତି। ଆଜି ବି ସେଇ ପୋଲାଣ୍ଡର ଅନେକ ଲୋକ ଜାମନଗରର ରାଜାଙ୍କୁ ନିଜର ଈଶ୍ୱରଙ୍କ ରୂପରେ ଦେଖନ୍ତି। ସେମାନଙ୍କ ସମ୍ବିଧାନ ଅନୁଯାୟୀ ରାଜା ଜାମ୍ ସାହେବ୍ ଶ୍ରୀ ଦିଗବିଜୟ ସିଂହ ସେମାନଙ୍କ ପାଇଁ ଈଶ୍ୱର। ଖାସ୍ ସେଥିପାଇଁ ଆଜି ମଧ୍ୟ ପୋଲାଣ୍ଡର ଅନେକ ନେତା ରାଜା ଦିଗବିଜୟ ସିଂହଙ୍କୁ ସାକ୍ଷୀ ଭାବରେ ବିବେଚନା କରି ସଂସଦରେ ଶପଥ ନେଇଥାନ୍ତି।