ବିଶେଷ ସୂତ୍ରରୁ ପ୍ରକାଶ ଯେ, ଗୃହ ମନ୍ତ୍ରଣାଳୟ ଛଅ ମାସ ପୂର୍ବରୁ ୨୮୮ଟି ଚାଇନିଜ୍ ଲୋନ ଆପ୍ ଉପରେ ନଜର ରଖିବା ଆରମ୍ଭ କରିଥିଲା। ଏଥିମଧ୍ୟରୁ ୯୪ଟି ଆପ୍ ଷ୍ଟୋରରେ ଉପଲବ୍ଧ ଏବଂ ଅନ୍ୟଗୁଡ଼ିକ ତୃତୀୟ ପକ୍ଷ ଲିଙ୍କ ମାଧ୍ୟମରେ କାର୍ଯ୍ୟ କରୁଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଆପ୍ ଗୁଡ଼ିକୁ ରୋକିବାପାଇଁ ଇଲେକ୍ଟ୍ରୋନିକସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ଗୃହ ମନ୍ତ୍ରଣାଳୟ ଏହି ସପ୍ତାହରେ ନିର୍ଦ୍ଦେଶ ଦେଇଛି। ଯାହାପରେ ଏହି ଆପ୍ ଗୁଡ଼ିକୁ ଅବରୋଧ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ରିପୋର୍ଟ ଅନୁଯାୟୀ, ତେଲେଙ୍ଗାନା, ଓଡ଼ିଶା ଏବାଂ ଉତ୍ତରପ୍ରଦେଶ ଭଳି ରାଜ୍ୟ ତଥା କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଏହି ଆପ୍ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ସୁପାରିଶ କରିଛନ୍ତି।
ଚାଇନାକୁ ପୁଣି ଥରେ ଝଟକା: ୨୩୨ ମୋବାଇଲ ଆପ୍ ବ୍ୟାନ କଲା ଭାରତ

ଅର୍ଗସ ବ୍ୟୁରୋ: ଚାଇନାକୁ ପୁଣି ଥରେ ବଡ଼ ଝଟ୍କା ଲାଗିଛି। ଚାଇନା ଆପ୍ ଉପରେ ପୁଣି ଥରେ ଡିଜିଟାଲ ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି। ବର୍ତ୍ତମାନ ସୁରକ୍ଷାକୁ ଦର୍ଶାଇ ସରକାର ଚାଇନାର ଲିଙ୍କ ସହିତ ୨୩୨ରୁ ଅଧିକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଆପ୍ରେ ୧୩୮ ବେଟିଂ ଆପ୍ ଏବଂ ୯୪ ଋଣ ଆପ୍ ରହିଛି। ଗୃହ ମନ୍ତ୍ରଣାଳୟରୁ ସୂଚନା ଆସିଛି ଯେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ତୁରନ୍ତ ଏବଂ ଜରୁରୀକାଳୀନ ଭିତ୍ତିରେ ଏହି ଚାଇନିଜ ଲିଙ୍କ ହୋଇଥିବା ଆପ୍ ଉପରେ ରୋକ ଲଗାଇବା ଏବଂ ଅବରୋଧ କରିବା ପ୍ରକ୍ରିୟାର ଆରମ୍ଭ କରିଛି।
Download Argus News App
