ଚୀନର ଗ୍ବାଙ୍ଗଝୁ ସହରର ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଲୋକ ମାନେ ଚୀନର କମ୍ୟୁନିଷ୍ଟ ସରକାରର ଜିରୋ କୋବିଡ ନୀତି ବିରୁଦ୍ଧରେ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଏରେ ଲୋକ ମାନେ ପୋଲିସ ସହ ଆମନା ସାମନା ହେଉଛନ୍ତି ।
ପୋଲିସ ଉପରେ କାଚ ବୋତଲ ଫିଙ୍ଗୁଥିବା ଓ ରାଷ୍ଚ୍ରପତି ଶି ଜିନପିଙ୍ଗଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଆନ୍ଦୋଳନକୁ ଚପାଇ ଦେବାକୁ ପ୍ରଦର୍ଶନକାରୀ ମାନଙ୍କୁ ସେଠାରୁ ତଡି ଦେବାକୁ ପୋଲିସ ଚେଷ୍ଟା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । କରୋନା କଟକଣା ନାମରେ ପୋଲିସ ଯେଭଳି ଭାବେ ସେମାନଙ୍କ ପ୍ରତି ବ୍ୟବହାର କରୁଛନ୍ତି ସେଥିରେ ଲୋକ ମାନେ ଉତକ୍ଷିପ୍ତ ହୋଇ ସାରିଛନ୍ତି ।
ଚୀନର ଶିଜିୟାଂ ଠାରେ ନଭେମ୍ବର 25 ତାରିଖ ଦିନ ଏକ ବିଲ୍ଡିଂରେ ନିଆଁ ଲାଗିବା ପରେ ଦଶ ଜଣ ଲୋକଙ୍କ ମୃତ୍ୟୁ ଘଟିବା ପରେ ଲୋକ ମାନଙ୍କର ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।
କାରଣ କରୋନା କଟକଣା ଓ ଲକ ଡାଉନ କାରଣରୁ ନିଆଁ ଲାଗିବା ସତ୍ୱେ ଅଗ୍ନି ଶମ ବିଭାଗର ରେସ୍କ୍ୟୁ ଟିମ ସେଠାରେ ପହଂଚି ପାରି ନ ଥିଲେ । ଏହି କାରଣରୁ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେବା କାରଣରୁ ଲୋକ ମାନେ ଉତକ୍ଷିପ୍ତ ହୋଇ ପଡିଥିଲେ । ତେବେ ଏହି ଘଟଣା ପରେ କମ୍ୟୁନିଷ୍ଟ ସରକାର ଆନ୍ଦୋଳନକୁ ଦମନ କରିବାକୁ ବଳ ପ୍ରୟୋଗ କରିବା ଆରମ୍ଭ କରି ଦେଇଛନ୍ତି ।
ସେମାନେ ଏଭଳି ଆନ୍ଦୋଳନକୁ ଚପାଇ ଦେବାକୁ ସବୁ ପ୍ରକାର ଅସ୍ତ୍ର ବ୍ୟବହାର କରୁଥିବା ଜଣା ପଡିଛି । ତେବେ ଏହା ସତ୍ବେ ଆନ୍ଦୋଳନକାରୀ ମାନେ ଭାଙ୍ଗି ନାହାନ୍ତି । ସେମାନେ ତାଙ୍କ ବିରୁଦ୍ଧରେ କମ୍ୟୁନିଷ୍ଚ ସରକାର କିଭଳି ବର୍ବର ବ୍ୟବହାର କରିବେ ତାହା ଜାଣି ସୁଦ୍ଧା ସେମାନେ ରାଜରାସ୍ତାକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି ।
ପୂର୍ବରୁ ଚୀନରେ ଏଭଳି ଘଟଣା ଦେଖିବାକୁ ମିଳୁ ନ ଥିଲା । ଚୀନର କମ୍ୟୁନିଷ୍ଟ ସରକାରଙ୍କ ଅତ୍ୟାଚାର କାରଣରୁ ଭୟରେ ଲୋକ ମାନେ ପାଟି ଖୋଲୁ ନ ଥିଲେ । ତେବେ ଧୀରେ ଧୀରେ କମ୍ୟୁନିଷ୍ଟ ସରକାର ବିରୁଦ୍ଧରେ ଲୋକ ମାନଙ୍କର ଏଭଳି ଆଚରଣ ଚୀନ ଉପରେ ଦୃଷ୍ଟି ରଖିଥିବା ବିଶେଷଜ୍ଞ ମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟରେ ପକାଇଛି।
ବିଦେଶ ଖବର ଆହୁରି ପଢନ୍ତୁ ।