କେବଳ ସେତିକି ନୁହେଁ ଦକ୍ଷିଣ ଏସିଆରେ ପାକିସ୍ତାନୀଙ୍କ ମୁଣ୍ଡପିଛା ଆୟ ସବୁଠୁ କମ୍ ରହିଛି। ଅନ୍ୟ ଏକ ଚିନ୍ତାଜନକ ବିଷୟ ହେଲା ବିଶ୍ବରେ ସବୁଠୁ ଅଧିକ ପିଲା ପାକିସ୍ତାନରେ ହିଁ ବିଦ୍ୟାଳୟ ବାହାରେ ରହିଛନ୍ତି।ମାତ୍ର ବର୍ଷକ ମଧ୍ୟରେ ପାକିସ୍ତାନରେ ଦାରିଦ୍ର୍ୟ ହାର ୩୪.୨ ପ୍ରତିଶତରୁ ବୃଦ୍ଧି ପାଇ ୩୯.୪ ପ୍ରତିଶତରେ ପହଞ୍ଚିଛି। ବିଶ୍ବ ବ୍ୟାଙ୍କ୍ ଅନୁଯାୟୀ ବର୍ଷକ ମଧ୍ୟରେ ୧ କୋଟି ୨୫ ଲକ୍ଷ ପାକିସ୍ତାନୀ ଦାରିଦ୍ର୍ୟ ସୀମା ରେଖା ତଳକୁ ଚାଲିଯାଇଛନ୍ତି। ଏମାନେ ଦିନକୁ ୩.୬୫ ଡଲାର ରୋଜଗାର କରି ନପାରି ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯାଇଛନ୍ତି। ପାକିସ୍ତାନରେ ଏବେ ୯.୫ କୋଟି ଲୋକ ଦାରିଦ୍ର୍ୟ ସହ ଜୀବନଯାପନ କରୁଛନ୍ତି।
ପରବର୍ତ୍ତୀ ସରକାରକୁ ନିମ୍ନ ମାନବ ବିକାଶ, ଅସ୍ଥିର ବିତ୍ତୀୟ ସ୍ଥିତି, ଘରୋଇ କ୍ଷେତ୍ରଗୁଡ଼ିକୁ ଅତ୍ୟଧିକ ମାତ୍ରାରେ ନିୟନ୍ତ୍ରଣ, କୃଷି ଏବଂ ଶକ୍ତି କ୍ଷେତ୍ରରେ ମୁଖ୍ୟତଃ ସଂସ୍କାର ଆଣିବାକୁ ପଡ଼ିବ ବୋଲି ବିଶ୍ୱ ବ୍ୟାଙ୍କ କହିଛି। ସେହିପରି ଟିକସ-ଜିଡିପି ଅନୁପାତ ୫ ପ୍ରତିଶତ ବୃଦ୍ଧି କରିବାକୁ ଏବଂ ଜିଡିପିର ୨.୭ ପ୍ରତିଶତକୁ ଖର୍ଚ୍ଚ କାଟ କରିବାପାଇଁ ବିଶ୍ୱବ୍ୟାଙ୍କ୍ କହିଛନ୍ତି।
ଅଧିକ ପଢ଼ନ୍ତୁ ବିଦେଶ ଖବର: