କାଳାପନି, ଲିପୁଲେଖ ଓ ଲିମ୍ପିଆଧୁରାକୁ ସଂଶୋଧିତ ନକ୍ସାରେ ସାମିଲ କରି ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ପଠାଇବ ନେପାଳ । ନେପାଳର ଜଣେ ମନ୍ତ୍ରୀଙ୍କ ଅନୁସାରେ ନେପାଳ ଚଳିତ ମାସ ମଧ୍ୟଭାଗ ସୁଦ୍ଧା ସଂଶୋଧିତ ନକ୍ସା ନେପାଳ ପଠାଇବ ।
ନେପାଳର ମାପନ ବିଭାଗର ମୁଖପାତ୍ରଙ୍କ ଅନୁସାରେ ସଂଶୋଧିତ ନକ୍ସାର 400 ପୃଷ୍ଠା ଇଂରାଜୀରେ ଅନୁବାଦ କାର୍ଯ୍ୟ ଜାରି ରହିଛି । ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି ।
ବିଭାଗ ଦେଶ ଭିତରେ ନୂଆ ନକ୍ସା 25000 କପି ପ୍ରିଣ୍ଟ କରିଛି । ସମସ୍ତ ବିଭାଗକୁ ଏହି କପି ମାଗଣା ଦିଆଯିବ । କିନ୍ତୁ ନେପାଳବାସୀ ଏହି କପିକୁ 50 ଟଙ୍କା ମୂଲ୍ୟରେ ପାଇପାରିବେ ବୋଲି ଜଣାପଡ଼ିଛି ।