କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ରାଷ୍ଟ୍ର ଯୁକ୍ତରାଷ୍ଟ୍ର ଆମେରିକା। ଏଠାରେ ୫୦ ଲକ୍ଷ ୯୫ ହଜାର ୫୧୧ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୬୪ ହଜାର ୯୪ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨୬ ଲକ୍ଷ ୧୬ ହଜାର ୮୯୧ ଜଣ ସୁସ୍ଥ ହୋଇଥିବା ବେଳେ ୨୩ ଲକ୍ଷ ୧୪ ହଜାର ୫୨୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୮ ହଜାର ୫୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ସେହିପରି ଯୁକ୍ତରାଷ୍ଟ୍ର ଆମେରିକା ପରେ ବ୍ରାଜିଲ ସର୍ବାଧିକ କ୍ଷତି ହୋଇଛି । ଏଠାରେ ୨୯ ଲକ୍ଷ ୬୭ ହଜାର ୬୪ ଜଣ ସଂକ୍ରମିତ ହୋଇଥିବା ବେଳେ ୯୯ ହଜାର ୭୦୨ ଜଣଙ୍କର ମୃତ୍ୟୁ ହୋଇଛି । ୨୦ ଲକ୍ଷ ୬୮ ହଜାର ୩୯୪ ଜଣ ସୁସ୍ଥ ହୋଇଥିବା ବେଳେ ୭ ଲକ୍ଷ ୯୮ ହଜାର ୯୬୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଏଥିରୁ ୮ ହଜାର ୩୧୮ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି ।