ଏହି ଅବସରରେ ନ୍ୟୁଜିଲ୍ୟାଣ୍ଡର ଥିବା ଭାରତୀୟ ଦୂତ ମୁଖେଶ ପରଦେଶୀ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ସେ କହିଛନ୍ତି ଯେ , ହିନ୍ଦୁ ଧର୍ମ ଅନୁସାରେ ସେ ମନ୍ଦିର ବାହାରେ ଜୋତା ରଖି ପ୍ରବେଶ କରିଥିଲେ । ମନ୍ଦିରରେ ସେ ପୂଜା କରିବା ସହ ଏକ ଭାରତୀୟ ଶାକାହାରୀ ଭୋଜନ କରିଥିଲେ – ଯେଉଁଥିରେ ପୁରୀ, ଛୋଲେ ଏବଂ ଡାଲି ସାମିଲ ଥିଲା ।
ଭାରତୀୟମାନେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଜନସଂଖ୍ୟାର 5 ପ୍ରତିଶତ ଏବଂ ହିନ୍ଦୀ ଚତୁର୍ଥ ବୃହତ୍ତମ କଥିତ ଭାଷା ଭାବରେ ସେଠାରେ ଉଭା ହୋଇଛି ।ତେଣୁ ଚଳିତ ନିର୍ବାଚନ ରେ ମଧ୍ୟ ସେମାନଙ୍କର ଗୁରୁତ୍ୱ ରହିଛି । 19 ସେପ୍ଟେମ୍ବରରେ ନ୍ୟୁଜିଲ୍ୟାଣ୍ଡରେ ନିର୍ବାଚନ ହେବା ପାଇଁ ଯାଉଛି ଏବଂ ସମସ୍ତ ସର୍ଭେ ଅନୁଯାୟୀ ପିଏମ୍ ଆର୍ଡର୍ନଙ୍କ ଲେବର ପାର୍ଟି ପୁଣି ଶାସନକୁ ଫେରିବ ବୋଲି ଆଶା କରାଯାଉଛି।