ରାଜ୍ୟର ନଦୀଗୁଡ଼ିକ ଫୁଲି ଉଠୁଥିବାରୁ ଲୋକଙ୍କ ଚିନ୍ତା ବଢ଼ି ଯାଇଛି । ବର୍ତ୍ତମାନ ସୁଦ୍ଧା ୧୦୭୩୭୦.୪୩ ହେକ୍ଟର ଫସଲ ଜଳମଗ୍ନ ହୋଇଛି । ଆସାମରେ ବନ୍ୟାକୁ ନେଇ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବନ୍ୟା ପାଇଁ ୩୩ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୪୨ ଲକ୍ଷ ୨୮ ହଜାର ଲୋକ ପାଣି ଘେରରେ ରହିଛନ୍ତି ।
ଏହାମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ଆସନ୍ତା ଗୁରୁବାର ଯାଏଁ ଆସାମରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି । ଯାହାକୁ ନେଇ ଅନେକ ତଳିଆ ଅଞ୍ଚଳର ଲୋକେ ଚିନ୍ତିତ ହୋଇ ପଡିଛନ୍ତି । ଯଦି ପ୍ରବଳ ବର୍ଷା ହୁଏ ତେବେ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିବ ବୋଲି ସେମାନେ କହିଛନ୍ତି ।