ଆହତମାନଙ୍କ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ନିଆଯାଇଛି। ଆହତମନଙ୍କ ମଧ୍ୟରେ ଛୋଟ ଶିଶୁ ଓ ଜଣେ ୮ ବର୍ଷର ପିଲା ବି ରହିଥିବା ପୁଲିସ ସୂଚନା ଦେଇଛି।କୋଲୋମ୍ବିଆର ସାଉଥକର୍ଣ୍ଣରେ ଅଞ୍ଚଳରେ ବସ୍ଟି ପୋର୍ଟ ସିଟିରୁ ଟୁମାକୋ ଯାଉଥିଲା। ଏକ ବୁଲାଣିରେ ବୁଲୁଥିବା ବେଳେ ହଠାତ୍ ସାମ୍ନାକୁ ଆଉ ଏକ ଗାଡ଼ି ଚାଲି ଆସିଥିଲା। ଏହାପରେ ଚାଳକ ନିୟନ୍ତ୍ରଣ ହରାଇବାରୁ ବସଟି ଓଲଟି ପଡ଼ିଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ।ଖବର ପାଇଁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା।
ଓଲଟିଗଲା ଯାତ୍ରୀବାହୀ ବସ୍: ୨୦ ମୃତ, ୧୪ ଆହତ

ଅର୍ଗସ ବ୍ୟୁରୋ: ଓଲଟିଗଲା ଯାତ୍ରୀବାହୀ ବସ୍। ଚାଲିଗଲା ୨୦ ଜଣଙ୍କ ଜୀବନ। ଏଭଳି ଦୁର୍ଘଟଣା ଘଟିଛି କୋଲମ୍ବିଆରେ। ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି।ବସ୍ରେ ବ୍ରେକ୍ ଫେଲ୍ ହେବା କାରଣରୁ ଏଭଳି ଦୁର୍ଘଟଣା ଘଟିଛି। ଯେଉଁଥିରେ ୨୦ଜଣଙ୍କର ଜୀବନ ଚାଲିଯାଇଥିବାବେଳେ ୧୪ ଜଣ ଆହତ ହୋଇଥିବା ସୂଚନା ରହିଛି। ପାନ-ଆମେରିକା ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଥିଲା।
Download Argus News App
