ମସଜିଦରେ ଲୋକମାନେ ଶୁକ୍ରବାର ନମାଜ ପାଇଁ ଏକ୍ରତ୍ରିତ ହୋଇଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା । ଏହା ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଥିବା କୁହାଯାଉଛି । ପୋଲିସ ତଦନ୍ତ ଜାରି ରଖିଛି।
ଅର୍ଗସ ବ୍ୟୁରୋ: ପାକିସ୍ତାନର ଏକ ମସଜିଦରେ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୩୦ଜଣଙ୍କର ଜୀବନ ଯାଇଥିବାବେଳେ ୮୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ପାକିସ୍ତାନର ପେଶାଓ୍ୱର ସହରରେ ଥିବା ଏକ ମସଜିଦରେ ବୋମା ବିସ୍ଫୋରଣ ହୋଇଛି।
ମସଜିଦରେ ଲୋକମାନେ ଶୁକ୍ରବାର ନମାଜ ପାଇଁ ଏକ୍ରତ୍ରିତ ହୋଇଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା । ଏହା ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଥିବା କୁହାଯାଉଛି । ପୋଲିସ ତଦନ୍ତ ଜାରି ରଖିଛି।
ଅର୍ଗସ ବ୍ୟୁରୋ : ମିଜୋରାମରେ ବଦଳିଲା ସରକାର । ପରାସ୍ତ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ମଜୋରାମ ବିଧାନସଭା ନିର୍ବାଚନ ପାଇଁ ମତ ଗଣନା ସରିଛି । ଏବଂ ଏହାସହ ଗାଦିଚ୍ୟୁତ ହୋଇଛି ଏମଏନଏଫ୍ । ୪୦ ଆସନ ବିଶିଷ୍ଟ ବିଧାନସଭାର ୨୭ ଟି ଆସନ କବ୍ଜା କରିଛି ଜୋରାମ ପିପୁଲ୍ସ ମୁଭମେଣ୍ଟ । ସବୁଠାରୁ ବଡ଼ କଥା କ୍ଷମତାରେ ଥିବା ଏମଏନଏଫ ୧୧ ଜଣ ମନ୍ତ୍ରୀଙ୍କୁ ଟିକେଟ ମିଳିଥିଲା । ଏମାନଙ୍କ ମଧ୍ୟରୁ ୯ ଜଣ ପରାସ୍ତ ହୋଇଛନ୍ତି । ଏମଏନଏଫକୁ କେବଳ ୧୦ଟି ଆସନ ମିଳିଛି । \
ଅଧିକ ପଢନ୍ତୁ ଭାରତ ଖବର
ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଏମଏନଏଫର ମୁଖିଆ ଜୋରମଥାଂଗା ନିଜ ସିଟ ମଧ୍ୟ ବଞ୍ଚାଇ ପାରି ନାହାନ୍ତି । ଆଇଜୋଲ ଆସନରୁ ZPMର ଲାଲଥାନସାଂଗାଙ୍କ ଠାରୁ ୨,୧୦୧ ଭୋଟରେ ପରାସ୍ତ ହୋଇଛନ୍ତି ଜୋରାମଥାଂଗା । ଲାଲଥାନସାଂଗାଙ୍କୁ ୧୦,୭୨୭ ଖଣ୍ଡ ଭୋଟ ମିଳିଥିବା ବେଳେ ଜୋରାମଥାଂଗାଙ୍କୁ ୮୬୨୬ ଖଣ୍ଡ ଭୋଟ ମିଳିଛି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ମଧ୍ୟ ପରାଜିତ ହୋଇଛନ୍ତି ।
ସେହିପରି ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ୧୩୫ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି । ରାଜ୍ୟରେ ବିଜେପିକୁ ୨ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିଛି । ତେବେ ZPM କ୍ଷମତା ଦଖଲ କରିଥିବାରୁ ଲାଲଦୁହୋମା ମୁଖ୍ୟମନ୍ତ୍ରୀ ହେବେ । ସେ ସେରଚ୍ଚିପ ଆସନରୁ ବିଜୀ ହୋଇଛନ୍ତି । ଲାଲଦୁହୋମା ୨୯୮୨ ଖଣ୍ଡ ଭୋଟରେ ଏମଏନଏଫ ପ୍ରାର୍ଥୀଙ୍କୁ ହରାଇଛନ୍ତି । ଲାଲଦୁହୋମା ବିଜୟ ପରେ କହିଛନ୍ତି, ମୁଁ ଆଦୌ ଆଶ୍ଚର୍ଯ୍ୟ ନୁହେଁ । ଏଠାରେ ଏହା ହିଁ ରେଜଲ୍ଟ ହେବାର ଥିଲା । ଏବେ ଲୋକଙ୍କ ସ୍ୱପ୍ନକୁ ପୂରଣ କରାଯିବ ।
ଅର୍ଗସ ବ୍ୟୁରୋ : ରାତି ପାହିଲେ ପଢୁଆଁ ଅଷ୍ଟମୀ । ପଢୁଆଁ ହେବେ ମହାପ୍ରଭୁ । ଏଥିପାଇଁ ଭକ୍ତିମୟ ପରିବେଶରେ ପୁରି ଉଠିଛି ଶ୍ରୀକ୍ଷେତ୍ର । ନିଆଳି ମାଧବାନନ୍ଦ ମନ୍ଦିରରୁ ଆସିଛି ମହାପ୍ରଭୁଙ୍କ ପାଇଁ ପ୍ରଥମାଷ୍ଟମୀ ଭାର । ମାର୍ଗଶୀର ମାସ କୂଷ୍ଣ ପକ୍ଷ ଅଷ୍ଟମୀ ତିଥିରେ କାଳିଆ ଦିଅଁ ହେବେ ପୋଢୁଆଁ । ମହାପ୍ରଭୁ ପିନ୍ଧିବେ ନୂଆ ବସ୍ତ୍ର, ଲାଗି ହେବ ସୂତନ୍ତ୍ର ଭୋଗ । ଯାହା ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ।
ଯାହାକୁ ନେଇ ପୁରୀ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ତେବେ ଶ୍ରୀମନ୍ଦିର ସତ୍ୟଲିପି ଓ ଇତିହାସରେ ମହାପ୍ରଭୁଙ୍କର ସେଭଳି କିଛି ମାମୁଁ ଘର ନଥିବା କୁହାଯାଉଥିଲେ ମଧ୍ୟ ଶ୍ରଦ୍ଧା ଓ ବିଶ୍ୱାସର ସହିତ ଗତ କିଛିବର୍ଷ ହେଲା ପ୍ରଥମାଅଷ୍ଟମୀ ଭାର ଆସୁଅଛି । ନିଆଳି ମାଧବନନ୍ଦ ଜୀଉ ମନ୍ଦିର ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କୁ ମାମୁଁ ଘର ବୋଲି ଦାବୀ କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଳି ମାଧବ ମନ୍ଦିରରରୁ ଆସିଥିବା ପଢୁଆଁ ବସ୍ତ୍ର ଓ ଭାରକୁ ଦାନ ହିସାବରେ ଗ୍ରହଣ କରାଯାଇଛି । ପ୍ରାଚୀ ନଦୀ ତଟରେ ଥିବା ନିଆଳି ମାଧବ ମନ୍ଦିରରୁ ଭଜନ ଜଣାଣ ଓ ସଂକୀର୍ତ୍ତନ ମାଧ୍ୟମରେ ବିଶାଳ ପଦଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚବି ପରେ ବଡଦାଣ୍ଡ ଦେଇ ଶ୍ରୀ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଥିଲା ।
ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘରକୁ ନେଇ ପ୍ରତିବର୍ଷ ଏହି ଭାର ଯୋଗୁଁ ବିଭିନ୍ନ ସମୟରେ ବିବାଦ ଉପୁଜୁଥିବା ବେଳେ, ପ୍ରକୃତ ତଥ୍ୟ ଉନ୍ମୋଚନ ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି । ସେପଟେ ଏହି ବିଷୟରେ ଶ୍ରୀମନ୍ଦିର ପ୍ରଶାସନ ପାଖରେ କୌଣସି ତଥ୍ୟ ନଥିବାବେଳେ ଏହାକୁ ବିଶ୍ଳେଷଣ କରାଯାଇ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗୋଟିଏ ପଟେ ଅସ୍ଥା ଓ ବିଶ୍ୱାସ, ଅନ୍ୟପଟେ ପରମ୍ପରା ଓ ଶାସ୍ତ୍ରୀୟ ମତରେ ଛନ୍ଦୀ ହୋଇଛି ମହାପ୍ରଭୁଙ୍କ ପଢୁଆଁ ଅଷ୍ଟମୀ ଭାର ।