କୁଳଡିହାର ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ନୀଳଗିରିର ରାଜକୁମାରୀ କୁମାରୀ ଆକୃତି
ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଗତକାଲି ଉତ୍ତରାଖଣ୍ଡରେ ହୋଇଥିବା ବନ୍ୟା ପରିସ୍ଥିତିକୁ ନେଇ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ପରିସ୍ଥିତିରେ ଅଷ୍ଟ୍ରେଲିଆ ତାହାର ଅତି ନିକଟତମ ବନ୍ଧୁଙ୍କ ସହ ଛିଡା ହୋଇଛି।
ସୂଚନା ଯୋଗ୍ୟ, ଗତକାଲି ଉତ୍ତରାଖଣ୍ଡରେ ବଡ ଧରଣର ହିମସ୍ଖଳନ ହୋଇଛି। ଏଥିରେ 10 ଜଣଙ୍କର ମୃତ୍ୟ ହୋଇଥିବା ବେଳେ 100ରୁ ଉର୍ଦ୍ଧ ଲୋକ ନିଖୋଜ ହେବାର ସୂଚନା ମିଳିଛି।
ମୃତକଙ୍କ ପରିବାରକୁ 2ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦେବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହାସହ ଗୁରୁତର ଆହାତମାନଙ୍କୁ 50 ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଉତ୍ତାରଖଣ୍ଡ ସରକାର ମଧ୍ୟ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି।