ଏହି ପୁସ୍ତକରେ ସେ ବିଶ୍ୱର ଅନେକ ରାଜନେତାଙ୍କ ବିଷୟରେ ନିଜର ଅନୁଭୂତିକୁ ଲେଖିଛନ୍ତି ଯାହା ପ୍ରକାଶିତ ହେବା ପୂର୍ବରୁ ସୃଷ୍ଟି କରିଛି ଚର୍ଚ୍ଚା । ପୁସ୍ତକର କିଛି ଅଂଶକୁ ନେଇ ନ୍ୟୁୟର୍କ ଟାଇମ୍ସରେ ରିଭ୍ୟୁ କରାଯାଇଛି ଯେଉଁଥିରେ ସେ ଭାରତର, ବିଶେଷକରି କଂଗ୍ରେସ ନେତାମାନଙ୍କ ବିଷୟରେ ଯାହା ଲେଖିଛନ୍ତି ତାହା ଏବେଠାରୁ ଆଲୋଚନାର ଖୋରାକ ଯୋଗାଇଛି ।
କଂଗ୍ରେସର ଯୁବରାଜ କୁହା ଯାଉଥିବା ରାହୁଲ ଗାନ୍ଧୀଙ୍କ ବିଷୟରେ ଓବାମା ଲେଖିଛନ୍ତି, ରାହୁଲଙ୍କର ରହିଛି ନର୍ଭସ୍ ଆଉ ଅନଫର୍ମଡ୍ କ୍ୱାଲିଟି, ଅର୍ଥାତ ସେ ଜଣେ ଭୟଭୀତ ଏବଂ ଅବ୍ୟବସ୍ଥିତ ନେତା । ଓବାମା ରାହୁଲଙ୍କୁ ଜଣେ ଛାତ୍ର ସହିତ ତୁଳନା କରିଛନ୍ତି ଯିଏ ଶିକ୍ଷକଙ୍କୁ ପ୍ରଭାବିତ କରିବାକୁ ଆଗ୍ରହୀ ମାତ୍ର ତାଙ୍କ ପାଖରେ ପାଠ ପଢ଼ିବାର ବା ବିଷୟକୁ ଆୟତ କରିବାର ଦକ୍ଷତା ଆଉ ଉତ୍ସାହର ଅଭାବ ।
ସେହିପରି ରାହୁଲଙ୍କ ମା’ ସୋନିଆ ଗାନ୍ଧୀଙ୍କ ବିଷୟରେ ମଧ୍ୟ ସେ ମନ୍ତବ୍ୟ ଦେଇଛନ୍ତି ଯାହା ପୁସ୍ତକ ପ୍ରକାଶିତ ହେବା ପରେ ପଢ଼ିବାକୁ ମିଳିବ । ତେବେ କଂଗ୍ରେସର ଅନ୍ୟତମ ନେତା ତଥା ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ଭିତରେ ସ୍ଥିରତା ଏବଂ ଅଗାଧ ଅଖଣ୍ଡତା ବା ଇମ୍ପାସିଭ୍ ଇଂଟେଗ୍ରଟି ରହିଛି ବୋଲି ଲେଖିଛନ୍ତି ବୋଲି ଓବାମା ।