ଆପଲ ଏବେ ନିଜର ଉତ୍ପାଦନ ଫ୍ୟାକ୍ଟ୍ରିକୁ ଚୀନରୁ ବାହାର କରି ଭାରତ ଓ ଭିଏତନାମ ପରି ଏସୀୟ ଦେଶ ମାନଙ୍କୁ ସ୍ଥାନାନ୍ତରିତ କରିବାକୁ ଚାହୁଁଛି । ଏହା ସହିତ କମ୍ପାନୀ ତାଇୱାନର ଇଲେକ୍ଟ୍ରୋନିକ୍ସ କମ୍ପାନୀ ଫକ୍ସକନ ଉପରୁ ମଧ୍ୟ ନିଜର ନିର୍ଭରତା କମ କରିବାକୁ ଚାହୁଁଛି । ଏପଲ କମ୍ପାନୀର ସ୍ଥାନାନ୍ତରଣକୁ ଆଖି ଆଗରେ ରଖି ଫକ୍ସକନ କମ୍ପାନୀ ମଧ୍ୟ ଚୀନରୁ ବାହାରକୁ ସ୍ଥାନାନ୍ତରିତ ହେବାକୁ ଚିନ୍ତା କରୁଛି । ଚୀନର ଯେଉଁ ସ୍ଥାନରେ ଆପଲ କମ୍ପାନୀର ଫ୍ୟାକ୍ଟ୍ରି ରହିଛି ସେହି ସ୍ଥାନରେ ଫକ୍ସକନ କମ୍ପାନୀର ଫେସିଲିଟି ସେଂଟର ମଧ୍ୟ ରହିଛି । ଯଦି ଆପଲ କମ୍ପାନୀ ସେହି ସ୍ଥାନରୁ ସ୍ଥାନାନ୍ତରିତ ହୁଏ ତେବେ ଫକ୍ସକନ ମଧ୍ୟ ସିଧା ସିଧା ଏହା ଦ୍ୱାରା ପ୍ରଭାବିତ ହେବ । ତେଣୁ ଏହି କମ୍ପାନୀ ମଧ୍ୟ ସେଠାରୁ ସ୍ଥାନାନ୍ତରିତ କରିବାକୁ ଚିନ୍ତା କରୁଛି ।
ତେବେ ଆପଲ କମ୍ପାନୀର ଏହି ସେଂଟର କେବେ ସୁଦ୍ଧା ସ୍ଥାନାନ୍ତରିତ ହେବ ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ । ଏହି ଫେସିଲିଟି ସେଂଟରରେ 3 ଲକ୍ଷ କର୍ମଚାରୀ କାମ କରନ୍ତି ଓ ଏଠାରେ ଆଇଫୋନ ପ୍ରୋ ର ପାଖାପାଖି 85 ପ୍ରତିଶତ ଅଂଶ ଉପରେ କାମ ହୁଏ । କରୋନା ଭାଇରସ ରୁ ଉପୁଜିଥିବା ଭୂ ରାଜନୈତିକ ସମ୍ପର୍କ କାରଣରୁ ବଢୁଥିବା ଉତ୍ତେଜନା କାରଣରୁ ଆପଲ କମ୍ପାନୀର ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ସେ ଚୀନରୁ ବାହାରକୁ ଯିବା କଥା ଚିନ୍ତା କରୁଛି।
ଚୀନର ଝେଙ୍ଗଝୁରେ ଥିବା ଆପଲ କମ୍ପାନୀର ଏହି ପ୍ଲାଂଟରେ ଗତ କିଛି ଦିନ ତଳେ ଶ୍ରମିକ ମାନଙ୍କର ହିଂସ୍ର ପ୍ରଦର୍ଶନ ସାମନାକୁ ଆସିଥିଲା । ଏହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓରେ ପ୍ରଦର୍ଶନକାରୀ ମାନେ ହଙ୍ଗାମା କରିଥିବା ଓ ସିସିଟିଭି କ୍ୟାମେରା ଗୁଡିକୁ ଭାଙ୍ଗୁଥିବା ଦେଖିବାକୁ ମିଳିଛିଲା । ସେମାନଙ୍କୁ ବେତନ ଦିଆ ନ ଯିବା ଓ କଠୋର ଗାଇଡଲାଇନର ବିରୋଧରେ ଏହି ହିଂସ୍ର୍ ପ୍ରଦର୍ଶନ ହୋଇଥିଲା।
ବିଦେଶ ଖବର ଆହୁରି ପଢନ୍ତୁ