ଏହି କ୍ରମରେ ବ୍ରିୟାନୀ ନାମ୍ନୀ ଜଣେ ଯୁବତୀ ତାଙ୍କ ବିବାହ ଦିନ କେଶକାଟି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ନିଜ କେଶକୁ କର୍କଟ ରୋଗୀଙ୍କୁ ଦାନ କରିଛନ୍ତି। ବ୍ରିୟାନା ଧଳା ରଙ୍ଗର ଏକ ଓ୍ୱେଡି ଗାଉନ୍ ପିନ୍ଧି ବିବାହ ସ୍ଥଳକୁ ଆସୁଛନ୍ତି। ଏହାପରେ ସେ ଲୋକଙ୍କ ଗହଣରୁ ଅନ୍ୟ ଏକ ଘରକୁ ଯାଇଛନ୍ତି ଏବଂ ସେଠାରେ ସେ କର୍କଟ ରୋଗୀଙ୍କ ପାଇଁ କେଶ କାଟିବା କଥା କହି ନିଜ କେଶ କାଟିଛନ୍ତି। ବ୍ରିୟାନାଙ୍କ କେଶ ପିଠି ତଳକୁ ଥିବାବେଳେ ସେ ବେକ ପର୍ଯ୍ୟନ୍ତ ଏହାକୁ କାଟି ଦେଇଥିଲେ।
ଓ୍ୱେଡିଂ ଫଟୋଗ୍ରାଫର ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରି ଏ ବାବଦରେ ସମସ୍ତଙ୍କୁ ଅବଗତ କରାଯାଇଛନ୍ତି। ସେ କ୍ୟାନସର ଯୋଗୁଁ ନିଜ ମାଙ୍କୁ ହରାଇ ଥିଲେ। ସେଥିପାଇଁ କ୍ୟାନସର ସହ ସଂଘର୍ଷ କରୁଥିା ରୋଗୀଙ୍କ ଲାଗି ସେ କିଛି କରିବାକୁ ଚାହୁଁଥିଲେ। ବ୍ରିୟାନାଙ୍କ ଏଭଳି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରୁଛନ୍ତି।
ବିଦେଶ ଖବର ଆହୁରି ପଢନ୍ତୁ