ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ବେନ ୱାଲେସ କହିଛନ୍ତି ଯେ ‘ ବ୍ରିଟେନ ୟୁକ୍ରେନକୁ ଷ୍ଟର୍ମ ସ୍ୟାଡୋ କ୍ଷେପଣାସ୍ତ୍ର ପ୍ରଦାନ କରିବ। ଏହାଦ୍ୱାରା ଅସ୍ତ୍ରଶସ୍ତ୍ର ସହିତ ୟୁକ୍ରେନ ରୁଷିଆ ସହ ଲଢିବାକୁ ସକ୍ଷମ ହେବ।
ବ୍ରିଟେନ ସରକାର ଗୁରୁବାର ଘୋଷଣା କରିଛନ୍ତି ଯେ, ୟୁକ୍ରେନକୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଦାନ କରିବେ। ଏହି କ୍ଷେପଣାସ୍ତ୍ରଣ ନାଁ ଷ୍ଟର୍ମ ସ୍ୟାଡୋ। ସାରା ବିଶ୍ବରେ ବ୍ରିଟେନ ପ୍ରଥମ ଦେଶ ହେବ ଯିଏ ଯୁଦ୍ଧ ସମୟରେ ୟୁକ୍ରେନକୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଇ ଦେଉଛି।
ଯେହେତୁ ରୁଷ ଓ ବ୍ରିଟେନ ମଧ୍ୟରେ ସମ୍ପର୍କ ସେତେ ଭଲ ନାହିଁ ତେଣୁ ଏଭଳି କ୍ଷେତ୍ରରେ ଏହାକୁ ବ୍ରିଟେନ୍ ରାଜନୀତିର ଏକ ପ୍ରମୁଖ ରଣନୀତି ବୋଲି କହିଲେ ଭୁଲ ହେବନି। ବ୍ରିଟେନରୁ ଷ୍ଟର୍ମ ସ୍ୟାଡୋ କ୍ଷେପଣାସ୍ତ୍ର ଗ୍ରହଣ କରିବା ପରେ ଋଷ ବିରୋଧରେ ୟୁକ୍ରେନର ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି।
ପ୍ରତିରକ୍ଷା ମନ୍ତ୍ରୀ ବେନ ୱାଲେସ କହିଛନ୍ତି ଷ୍ଟର୍ମ ସ୍ୟାଡୋ କ୍ଷେପଣାସ୍ତ୍ର ୟୁକ୍ରେନକୁ ରୁଷିଆ ବିରୋଧରେ ନିଜକୁ ରକ୍ଷା କରିବା ସହିତ ରୁଷିଆ ସେନାଙ୍କୁ ୟୁକ୍ରେନ ମାଟିରୁ ତଡ଼ିଦେବାର କ୍ଷମତା ଦେବ।