ଏହି କୋଣାର୍କ ଚକକୁ ଓଡ଼ିଶାର ଲଲିତଗିତ୍ରି ଗାଁର ଅନେକ କଳାକାର ବାଲୁକା ପଥରରେ ଏହାକୁ ନିର୍ମାଣ କରିଛନ୍ତି । ଏହାର ଓଜନ ପ୍ରାୟ 4,000 ପାଉଣ୍ଡ । ତେବେ ଏନେଇ ସେଫ୍ ବିକାଶ ଖନ୍ନା ଟ୍ୱିଟ୍ କରି କହିଛନ୍ତି ଯେ, "ମୁଁ ପ୍ରାୟ ପାଞ୍ଚ ବର୍ଷ ଧରି ଏହି ମୁହୂର୍ତ୍ତୁ ଅପେକ୍ଷା କରିଥିଲି । ଦିନ ରାତି ଅକ୍ଳାନ୍ତ ପରିଶ୍ରମ କରିବା ପରେ ଭାରତ ଉତ୍କୃଷ୍ଠ କଳାକାରମାନେ ଏହାକୁ ସାର୍ଥକ କରିଛନ୍ତି । ଏହି ମୁହୂର୍ତ୍ତ ମୋ ପାଇଁ ସ୍ମରଣୀୟ ।"
Today we witnessed “history in the making in America”
This is our century India in every field. Proud to be a part of this journey.
Let’s gooooooo.
But no one can beat this photoshop image from today. 😢❤️🇮🇳🥹🦚🇺🇸 pic.twitter.com/49Bjs9sUFg — Vikas Khanna (@TheVikasKhanna) August 16, 2023
2024 ମସିହାରେ ଖାନ୍ନାଙ୍କ ଆଗାମୀ ନ୍ୟୁୟର୍କ ସିଟି ରେଷ୍ଟୁରାଣ୍ଟରେ ଭାରତୀୟ ଡାଏସପୋରା ଏବଂ ଆମେରିକା ମଧ୍ୟରେ ଏକତାର ପ୍ରତୀକ ଭାବରେ ଏହି କଳା ପ୍ରଦର୍ଶିତ ହେବ । ତେବେ ଏନେଇ ଖନ୍ନା ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାର ଜଣାଶୁଣା ବାଲୁକା କଳାକାର ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ବାଲୁକା କୋଣାର୍କ ଚକ ଦ୍ୱାରା ସେ ଅନୁପ୍ରାଣିତ ହୋଇଥିଲେ ।
ଅନ୍ୟପଟେ ଏନେଇ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ଭାରତର ସ୍ୱାଧୀନତା ଦିବସ ଅବସରରେ ଟାଇମ ସ୍କୋୟାରରେ ବିଶ୍ୱ ଐତିହ୍ୟ ସ୍ମାରକୀ କୋଣାର୍କ ଚକ୍ରର ପ୍ରତିକୃତି ଉନ୍ମୋଚନ କରି ଆପଣ ଇତିହାସ ସୃଷ୍ଟି କରିଛନ୍ତି । ଏହା ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ଭାରତୀୟ କଳା ଏବଂ ସଂସ୍କୃତିର ପ୍ରଚାରରେ ଅବଦାନ ପାଇଁ ପୁଣିଥରେ ଆପଣଙ୍କୁ ଧନ୍ୟବାଦ ।
#KonarkWheelatNewYork
Dear @TheVikasKhanna ji, Congratulations. This video has made me emotional. You have created history by unveiling the replica of World heritage monument Konark wheel in #TimeSquare ##NewYork #USA on the occasion of Indian Independence Day. This is a proud… pic.twitter.com/0paps9J2JS — Sudarsan Pattnaik (@sudarsansand) August 15, 2023
ଆହୁରି ପଢନ୍ତୁ ବିଦେଶ ଖବର...