ଅଧିକ ପଢନ୍ତୁ: ପାକିସ୍ତାନରେ ଖାଦ୍ୟ ପଦାର୍ଥ ଦରଦାମ ଆକାଶ ଛୁଆଁ
ପାକିସ୍ତାନର ଏଭଳି ପ୍ରତିକୂଳ ପରିସ୍ଥିତିରେ ତାର ଅତ୍ୟନ୍ତ ଘନିଷ୍ଠ ମିତ୍ର ଦେଶ ବୋଲି ଯାହାକୁ ସେ ମନେ କରେ, ଅର୍ଥାତ ଚୀନ ମଧ୍ୟ ତାର ଅସଲ ରଙ୍ଗ ଦେଖାଇବା ଆରମ୍ଭ କରି ଦେଇଛି । ପାକିସ୍ତାନର ଏଭଳି ଦୟନୀୟ ସ୍ଥିତି ମଧ୍ୟରେ ଚୀନ ପାକିସ୍ତାନରେ ଥିବା ତାର ଦୂତାବାସର କନସୁଲାର ଅଫିସକୁ ବନ୍ଦ କରି ଦେଇଛି । ଚୀନ କହିଛି ଯେ ଟେକ୍ନିକାଲ କାରଣରୁ ଏହି ଅଫିସକୁ ଅସ୍ଥାୟୀ ରୂପେ ବନ୍ଦ କରିଛି ।
ଏହା ଦ୍ୱାରା ପାକିସ୍ତାନକୁ ଏକ ବଡ ଝଟକା ଲାଗିଛି । କାରଣ ପାକିସ୍ତାନ ଚୀନକୁ ତାର ସବୁଠାରୁ ଭଲ ସହଯୋଗୀ ବୋଲି ମନେ କରୁଥିଲା । ସେ କେବେ ହେଲେ ଆଶା କରି ନ ଥିଲା ଯେ ଚୀନ ତାର ଏଭଳି ଦୁର୍ଦିନରେ କନସୁଲାର ଅଫିସକୁ ବନ୍ଦ କରି ଦେବ ।
ଅଧିକ ପଢନ୍ତୁ: ହୋଇପାରିଲାନି ଋଣ ଚୁକ୍ତି, ଫେରିଗଲେ IMF ଟିମ୍
ପାକିସ୍ତାନରେ ଥିବା ଚୀନର ଦୂତାବାସ ଏହି କନସୁଲାର ଅଫିସକୁ ବନ୍ଦ କରିବା ପଛରେ କୌଣସି ବିଶେଷ କାରଣ ଦେଇ ନାହିଁ। କେବଳ ସେତିକି ନୁହେଁ ସେ ଏହି ଅଫିସକୁ ପୁଣି ଥରେ କେବେ ଖୋଲିବାକୁ ଯାଉଛି ସେ ସମ୍ପର୍କରେ ମଧ୍ୟ କିଛି ସ୍ପଷ୍ଟ କରି ନାହିଁ ।
ଚୀନ ସରକାର ତାର ସରକାରୀ ୱେବସାଇଟରେ ଏ ସମ୍ପର୍କିତ ଏକ ନୋଟିସ ଜାରୀ କରି ଏହି ଘୋଷଣା କରିଛି । ଚୀନ ତାର ଏହି ସରକାରୀ ୱେବସାଇଟରେ ଏ ସମ୍ପର୍କରେ ଜାରୀ କରିଥିବା ନୋଟିସରେ କହିଛି ଯେ ଟେକ୍ନିକାଲ କାରଣରୁ ଇସଲାମାବାଦ ସ୍ଥିତ ଚୀନର ଦୂତାବାସରେ କନସୁରଲାର ସେକ୍କନକୁ ଆଗାମୀ ସୂଚନା ଯାଏ ବନ୍ଦ କରାଯାଉଛି ।
ବିଦେଶ ନ୍ୟୁଜ ଆହୁରି ପଢନ୍ତୁ
ଚୀନ ପାକିସ୍ତାନରେ ରହୁଥିବା ତାର ନାଗରିକ ମାନଙ୍କୁ ଚେତାବନୀ ଦେଇଛି ଯେ ପାକିସ୍ତାନରେ ସୁରକ୍ଷାର ସ୍ଥିତି ଭଲ ନାହିଁ । ତେଣୁ ସେମାନେ ପାକିସ୍ତାନରେ ରହୁଥିବା ବେଳେ ଅତ୍ୟଧିକ ସତର୍କ ରୁହନ୍ତୁ । ପାକିସ୍ତାନରେ ସୁରକ୍ଷା ସ୍ଥିତି ଖରାପ ହେବା କାରଣରୁ ସେଠାରେ ବିପଦ ବଢି ଯାଇଛି ବୋଲି ଚୀନ ତାର ନାଗରିକ ମାନଙ୍କୁ ସତର୍କ କରାଇ ଦେଇଛି ।
ପାକିସ୍ତାନେ ଟିଟିପି ପକ୍ଷରୁ ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ଆକ୍ରମଣ ହେଉଛି । ଏଭଳି ଆକ୍ରମଣ ଘଟଣା କିଛି ମାସ ମଧ୍ୟରେ ପାକିସ୍ତାନରେ ଲଗାତାର ବଢିବାରେ ଲାଗିଛି ।
ରାଜନୀତି ନ୍ୟୁଜ ଆହୁରି ପଢନ୍ତୁ
ପାକିସ୍ତାନରେ ବିଭିନ୍ନ ଆତଙ୍କବାଦୀ ସମୂହ ଚୀନ-ପାକିସ୍ତାନ ଆର୍ଥିକ କରିଡଡ ରେ କାମ କରୁଥିବା ଚୀନର ନାଗରିକ ମାନଙ୍କ ଉପରେ ଅନେକ ଥର ଆକ୍ରମଣ କରିଛନ୍ତି । ଏହାର ଉଦ୍ଦେଶ୍ୟ ଚୀନର ବେଲ୍ଟ ଏଣ୍ଡ ରୋଡ ଇନଫ୍ରାଷ୍ଟ୍ରକଚର ପ୍ରକଳ୍ପକୁ କରାଇ ନ ଦେବା । ଏହାକୁ ନେଇ ଚୀନ ଅତ୍ୟନ୍ତ ଚିନ୍ତାରେ ରହିଛି ।