ସେମାନଙ୍କୁ ଠାବ କରିବା ସହ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ଏହି ଭୂମିକମ୍ପ ଯୋଗୁଁ କରୋନାରେ ପ୍ରଭାବିତ ହୋଇଥିବା ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି । ଭୂକମ୍ପ ପ୍ରଭାବିତ ଅଂଚଳରେ ଟେଲିକମ ସେବା, ବିଦ୍ୟୁତ ସେବା ଓ ଜଳଯୋଗାଣ ବ୍ୟାହତ ହୋଇଛି । ଏସବୁ ସେବା ଆରମ୍ଭ ପାଇଁ ଉଦ୍ୟମ କରାଯାଉଛି ।ସୋମବାର ଆସିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ଥିଲା । ଚୀନ ଭୂତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥାର ସୂଚନା ଅନୁସାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ସିଚୁଆନ ପ୍ରଦେଶର କାଂଗିଙ୍ଗ ସହରଠାରୁ ୪୩ କିଲୋମିଟର ଦକ୍ଷିଣପୂର୍ବ ଦିଗରେ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଥିଲା ।
ଏହି ଭୂମିକମ୍ପର କମ୍ପନ ପ୍ରାୟ ୧୦୦ କିଲୋମିଟର ଦୂର ସାଙ୍କସି ଓ ଗିନଝୁରେ ଅନୁଭୂତ ହୋଇଥିଲା ।ଏହି ଭୂମିକମ୍ପର ପ୍ରଭାବ ସିଚୁଆନ ପ୍ରଦେଶର ରାଜଧାନୀ ଚେଙ୍ଗଡୁରେ ବି ଅନୁଭୂତ ହୋଇଥିଲା । ଏହି ଅଂଚଳରେ ଅନେକ ଘର ଭାଙ୍ଗିଯାଇଥିବା ଜଣାଯାଇଛି ।
ବିଦେଶ ଖବର ଆହୁରି ପଢନ୍ତୁ ।