ଏଥିରେ ଗତ ବର୍ଷର ଗ୍ଲାସଗୋ ଜଳବାୟୁ ଚୁକ୍ତିର ଲକ୍ଷ୍ୟକୁ ମଧ୍ୟ ଦୋହରା ଯାଇଛି । ଏହି ଲକ୍ଷ୍ୟ ଅନିୟନ୍ତ୍ରିତ କୋଇଲା ଆଧାରିତ ବିଜୁଳି ବ୍ୟବହାରକୁ ପର୍ଯ୍ୟାୟକ୍ରମେ ଶେଷ କରିବା ପାଇଁ ପଦକ୍ଷେପକୁ ଦ୍ରୁତ କରିବା ସହ ଜୀବାସ୍ମ ଇନ୍ଧନ ସହ ଜଡିତ ସବସିଡିକୁ କାମ କରିବା ସହ ଧିରିଧିରେ ଏହାକୁ ଶେଷ କରିବା ଉପରେ ଆଧାରିତ ।
ଜଳବାୟୁ ଡ୍ରାଫ୍ଟରେ ଭାରତର ଅପିଲକୁ ଗ୍ରହଣ କଲା ଜାତିସଂଘ

ଅର୍ଗସ ବ୍ୟୁରୋ : ସିଓପି ୨୭ ଶିଖର ସମ୍ମିଳନୀ ଆଧାରରେ ପ୍ରସ୍ତୁତ କରାଯାଇଥିବା ସନ୍ଧିର ପ୍ରଥମ ଡ୍ରାଫ୍ଟ ସର୍ବଜନୀନ କରିଛି ଜାତିସଂଘ । ଏଥିରେ ସମସ୍ତ ଜୀବାସ୍ମ ଇନ୍ଧନର ବ୍ୟବହାରକୁ ପର୍ଯ୍ୟାୟକ୍ରମେ ବନ୍ଦ ନକରିବା ନେଇ ଭାରତ ଏବଂ ୟୁରୋପୀୟ ସଂଘର ଅପିଲକୁ ସ୍ୱୀକାର କରାଯାଇଛି । ମିଳିତ ଜାତିସଂଘର ଜଳବାୟୁ ସଂସ୍ଥା ଏହି ଡ୍ରାଫ୍ଟକୁ ବର୍ତ୍ତମାନ ‘ନନ୍-ପେପର’ ନାଁ ଦେଇଛି । ଏହା ସଂକେତ ଦେଉଛି ଯେ ଏହା ଚୂଡାନ୍ତ ସଂସ୍କରଣ ନୁହେଁ ।
Download Argus News App
