ଚାଇନାରେ ଶୂନ କୋଭିଡ ନୀତି ଆରମ୍ଭ ହେବା ମାତ୍ରେ ଚିହ୍ନଟ ହୋଇଛନ୍ତି ଲକ୍ଷ ଲକ୍ଷ ସଂକ୍ରମିତ । ଖାଲି ସଂକ୍ରମିତ ନୁହଁନ୍ତି ଅନେକ ଲୋକଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି ।ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରୋଗୀ ଏବଂ ମୃତକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଥିବାରୁ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ଓ ମୃତଦେହକୁ ଅନ୍ତିମ ସଂସ୍କାର କରିବାକୁ ଅପେକ୍ଷା କରିବାକୁ ପଡୁଛି ।
ତାହାଛଡ଼ା ଆଗାମୀ ୩ ମାସ ମଧ୍ୟରେ ଚୀନରେ ୩ଟି କରୋନା ଲହର ଆସିବା ନେଇ ଆଶଙ୍କା ମଧ୍ୟ କରାଯାଉଛି । ଯେଉଁଥିରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେବାନେଇ ଆଶଙ୍କା କରାଯାଉଛି । ଏପରି ଆଶଙ୍କାକୁ ନେଇ ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଛି ।
ବିଦେଶ ଖବର ଆହୁରି ପଢନ୍ତୁ