ସେପଟେ ୟୁକ୍ରେନରୁ ଆସୁଛନ୍ତି ୮୦୦ ଭାରତୀୟ। ଆଜି ରାତିରେ ସେମାନେ ସ୍ଵଦେଶ ଫେରିବେ। ୪ଟି ବିମାନରେ ରାତି ୧:୩୦ରୁ ସକାଳ ୮ଟା ଭିତରେ ସେମାନେ ଫେରିବେ।
ଦ୍ୱିତୀୟ ବୃହତ୍ତମ ସହର ଖାରକିଭ୍ରେ ଋଷ ସେନାର ପ୍ରଚଣ୍ଡ ଆକ୍ରମଣ । ଗୋଟିଏ ପରେ ଗୋଟିଏ ସ୍ଥାନରେ ରକେଡ୍ ମାଡ ସହ ଘନ ଘନ ବୋମା ବିସ୍ଫୋରଣ କରାଯାଉଛି । ଖାରକିଭର ମିଲିଟାରୀ ଏକାଡେମୀ ଓ ପୋଲିସ ମୁଖ୍ୟାଳୟ ଉପରେ ମଧ୍ୟରେ ମିସାଇଲ ମାଡ ହୋଇଛି। ଏହାରି ମଧ୍ୟରେ ଋଷ୍ ସୈନିକ ଦାବି କରିଛନ୍ତି ଯେ ସେମାନେ ଖେରସନ ସହରକୁ କବଜା କରିନେଇଛନ୍ତି । ପୁରା ସହରକୁ ତିନିପଟରୁ ଘେରି ରହି ଆକ୍ରମଣ କରିଚାଲିଛି ଋଷ୍ ସେନା। ଏହାର ଜବାବରେ ୟୁକ୍ରେନ୍ ସେନା ଏବେ ମଧ୍ୟ ମୈଦାନରେ ଯୁଦ୍ଧ ଲଢ଼ୁଛନ୍ତି ।