କିଛି ସମୟ ପେଡଲ ମାରାଯାଉଛି। ପଛରେ ଥିବା ଓ୍ବାସିଂ ମେସିନ୍ ଘୁରିବାକୁ ଲାଗୁଛି। ମାତ୍ର ୧୦ ମିନିଟର ଅପେକ୍ଷା। ମଇଳା ଲୁଗା ଧୋବ ଫରଫର ହେଇ ଫେରୁଛି।
ଆଫ୍ରିକିୟ ଦେଶରେ ଏହାର ଆବିଷ୍କାର ହୋଇଛି। ଯାହାକୁ ଆବିଷ୍କାର କରିଛନ୍ତି ରିଚ୍ ହିଓ୍ବିଡ୍ ନାମକ ଯୁବ ବୈଜ୍ଞାନିକ। ଇଷ୍ଟ ଆଫ୍ରିକାର ବୁରୁଣ୍ଡିଠାରେ ରହିବା ସମୟରେ, ଏଠାକାର ଲୋକଙ୍କ ସ୍ଥିତି ସେ ଦେଖିଥିଲେ। ସେମାନେ କିଭଳି କଷ୍ଟରେ କାଳ କାଟୁଛନ୍ତି। ଲୁଗା ସଫା କରିବାକୁ କିଭଳି ହଇରାଣ ହରକତ ହେଉଛନ୍ତି ତାହା ହୃଦୟଙ୍ଗମ୍ କରିଥିଲେ।
ଆଉ ଆବିଷ୍କାର ହୋଇଥିଲା ସ୍ପିନ୍ ସାଇକେଲ। ଯାହା ଅତି ସହଜରେ ଗୁଡାଏ ଲୁଗାକୁ ଏକାଥରକେ ସଫା କରିପାରୁଛି। ସ୍ବଳ୍ପ ଖର୍ଚ୍ଚରେ ଓ୍ବାସିଂ ମେସିନ୍ ନିର୍ମାଣ ପାଇଁ ଏଭଳି ବୁଦ୍ଧି ଜୁଟାଇଥିଲେ ରିଚ୍ । ବିକାଶଶୀଳ ଦେଶମାନଙ୍କ ସହ ବୁରୁଣ୍ଡିର ଜନତା ପାଦ ମିଳାଇ ଚାଲନ୍ତୁ, ଏଥିପାଇଁ ଏହାର ଆବିଷ୍କାର କରାଯାଇଥିବା ସେ କୁହନ୍ତି। ଯାହା ଅତି ଆରାମରେ କୌଣସି ସାଇକେଲ ପଛରେ ଆଡଜଷ୍ଟ ହୋଇଯାଉଛି।
ଓ୍ବାସିଂ ମେଶିନ୍ କହିଲେ, ଗୋଟିଏ ବଡ଼ ଡ୍ରମ୍। ଯାହା ଭିତରେ ପାଣି, ଡିଟରଜେଣ୍ଟ ଆଉ କପଡା ଏକାଠି ପକାଇ ଦିଆଯାଏ। ଏହାକୁ ସାଇକେଲରେ ବୋହି ଆଣିଥିବା ବ୍ୟକ୍ତି, ଏହାକୁ ସାଇକେଲ ପଛରେ ଥୋଇ ପେଡାଲ ସହ ସଂଯୋଗ କରନ୍ତି। ପାଖାପାଖି ଦୀର୍ଘ ୧୦ ମିନିଟ୍ ଧରି ଏହାର ପେଡାଲ ମାରିବା ପରେ ଡ୍ରମ ଭିତରେ ଥିବା ପତା ଘୁରିବାକୁ ଲାଗେ। ଆଉ ଭିତରେ ଥିବା ଲୁଗା ସଫା ହୋଇଯାଏ।
କେତେ ସରଳ କେତେ ସହଜ ଉପାୟ ଆପଣ ଚିନ୍ତା କରନ୍ତୁ। ଏହି ଭ୍ରାମ୍ୟମାଣ ସାଇକେଲ ଓ୍ବାସିଂ ମେସିନ୍ ଏବେ ଆଫ୍ରିକା ମହାଦେଶର ବିଭିନ୍ନ ଅଣବିକିଶିତ ଅଞ୍ଚଳରେ ଆଦ୍ରୁତ ହେବାକୁ ଲାଗିଛି।