ଲାଲମୋନିରହାଟ୍ ଜିଲ୍ଲାର ଗେଣ୍ଡୁକୁରୀ ଗ୍ରାମରେ ଥିବା କାଳି ମନ୍ଦିର, ଗେଣ୍ଡୁକୁରୀ ରାଧାଗୋବିନ୍ଦ ମନ୍ଦିର ଓ ବଟଳା କାଳି ମନ୍ଦିରରୁ ଜରି ଭର୍ତ୍ତି ବିଫ୍ ବା ଗୋମାଂସ ଜବତ ହୋଇଛି। ଏପରିକି ସ୍ଥାନୀୟ ଅଞ୍ଚଳର କିଛି ହିନ୍ଦୁ ଲୋକଙ୍କ ଦୁଆର ମୁହଁରେ ମଧ୍ୟ ଜରିରେ ଗୋମାଂସ ବନ୍ଧା ଯାଇଥିଲା। ଯାହାକୁ ନେଇ ହାତିବନ୍ଧ ପୁଲିସ ଷ୍ଟେଶନରେ ଲିଖିତ ଅଭିଯୋଗ ହୋଇଛି।
ଶ୍ରୀ ରାଧା ଗୋବିନ୍ଦା ମନ୍ଦିରରେ ଏଭଳି ଅପମାନଜନକ କାର୍ଯ୍ୟକୁ ସାମୁହିକ ଭାବେ ବିରୋଧ କରାଯାଇଛି। ଅପରାଧୀମାନେ ଗିରଫ ନ ହେବା ପର୍ଯ୍ୟନ୍ତ ଏଥିରେ ଅସନ୍ତୋଷ ଜାରି ରଖିବାକୁ ଶପଥ ନେଇଛି ହିନ୍ଦୁ ସମାଜ। ଦାୟିତ୍ୱରେ ଥିବା ପୋଲିସ (ହାତିବନ୍ଧ ଥାନା) ଏରଶଦୁଲ ଆଲାମ କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଠାବ କରି ଗିରଫ କରାଯିବ।