ବ୍ୟାନ୍ ହେବାର ପ୍ରାୟ ୨ ବର୍ଷ ପରେ ଟ୍ରମ୍ପ୍ଙ୍କ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ ରିଷ୍ଟୋର୍ ହୋଇଛି । ଫେସ୍ବୁକ୍ର ମୂଳ କମ୍ପାନି ମେଟା ଏକ ବ୍ଲକ୍ ପୋଷ୍ଟ୍ ଜରିଆରେ ଏ ସଂପର୍କରେ ସୂଚନା ଦେଇଛି । କମ୍ପାନିର କିଛି ନୀତି ଉଲ୍ଲଂଘନ କରିବା ପରେ ୨ ବର୍ଷ ତଳେ ଟ୍ରମ୍ପ୍ଙ୍କ ଆକାଉଣ୍ଟ୍କୁ ବ୍ୟାନ୍ କରି ଦିଆଯାଇଥିଲା। ସେହିପରି ବନ୍ଦ ହୋଇଥିବା ଟ୍ବିଟର ଆକାଉଣ୍ଟ୍ ମଧ୍ୟ ଚାଲୁ ହୋଇଛି । ଟେସ୍ଲାର ସିଇଓ ତଥା ଟ୍ବିଟର୍ର ନୂଆ ମାଲିକ ମସ୍କ ଏବେ ଟ୍ରମ୍ପ୍ଙ୍କ ଟ୍ବିଟର୍ ଆକାଉଣ୍ଟ୍କୁ ରିଷ୍ଟୋର୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।
ବିଦେଶ ଖବର ଆହୁରି ପଢନ୍ତୁ ।