ଯେଉଁଠି ଟ୍ରମ୍ପ କହିଛନ୍ତି, ‘ମୁଁ ଓ ଆପଣମାନେ କିଛି ବର୍ଷ ହେବ ଆମେରିକାକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଥିବା ଦୁର୍ନୀତିଗ୍ରସ୍ତ, ନଷ୍ଟ ହୋଇଯାଇଥିବା ଓ ଦୁଷ୍ଟ ଶକ୍ତିର ସମ୍ମୁଖୀନ ହେଉଛେ। ଆମେରିକାକୁ ନଷ୍ଟ କରିବାକୁ ଗୋଟିଏ ଅପଚେଷ୍ଟା ଚାଲିଛି। ହେଲେ ଆମେରିକା ପୁଣିଥରେ ସ୍ୱତନ୍ତ୍ର ରାଷ୍ଟ୍ର ହେବ। ଏହା ମୋର ଦୃଢୋକ୍ତି।’
ଏହି ରାଲିକୁ ୨୦୨୪ ରାଷ୍ଟ୍ରପତି ରେସ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଉଛି। ଗତ ସପ୍ତାହରେ ସେ ମ୍ୟାନହଟନରେ ଗିରଫ ହେବାର ପୂର୍ବାନୁମାନ କରିଥିଲେ ଏବଂ ତାଙ୍କ ସମର୍ଥକଙ୍କୁ ବିରୋଧ କରିବାକୁ କହିଥିଲେ। ଏହାପୂର୍ବରୁ ଶୁକ୍ରବାର ଦିନ ଟ୍ରମ୍ପ ତାଙ୍କ ଟ୍ରୁଥ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମ୍ୟାନହଟନ ଜିଲ୍ଲା ଆଟର୍ଣ୍ଣି ଆଲଭିନ ବ୍ରାଗଙ୍କ ବିରୋଧରେ କିଛି କହିଥିଲେ। ଯାହା ଚର୍ଚ୍ଚାର ବିଷୟ ହୋଇଥିଲା।