ଓଭରସିଜ୍ ପାକିସ୍ତାନୀଙ୍କ ପାଇଁ ସିନେଟ୍ ର ସ୍ଥାୟୀ କମିଟି ବୈଠକରେ ଓଭରସିଜ୍ ପାକିସ୍ତାନୀଜ୍ ସଚିବ ଜିସାନ ଖଞ୍ଜଡା କହିଛନ୍ତି ଯେ, ତୀର୍ଥଯାତ୍ରା ନାଁରେ ଆସୁଥିବା ଅଧିକାଂଶ ପାକିସ୍ତାନୀ ସାଉଦି ଆରବରେ ଭିକ୍ଷାବୃତ୍ତି କିମ୍ବା ପକେଟମାରୁ କରୁଛନ୍ତି ।
ହଜ୍ ଯାତ୍ରା ନାଁରେ ସାଉଦି ଆରବକୁ ଭିକାରି ଓ ପକେଟମାରୁଙ୍କୁ ନପଠାଇବା ପାଇଁ ରିଆଦ ପାକିସ୍ତାନକୁ କଡା ଚେତାବନୀ ଦେଇଛି । ସେହିପରି କମିଟିର ଅଧ୍ୟକ୍ଷ ରାଣା ମେହମୁଦୁଲ ହସନ କକର କହିଛନ୍ତି ତୀର୍ଥଯାତ୍ରା ବାହାନାରେ ପ୍ରାୟ 90 ପ୍ରତିଶତ ପାକିସ୍ତାନୀ ମଧ୍ୟପ୍ରାଚ୍ୟ ଦେଶକୁ ଆସୁଛନ୍ତି । ମକ୍କାର ବିଶାଳ ମସଜିଦ ପରିସରରେ ପକେଟମାର ଅଭିଯୋଗରେ ଗିରଫ ହୋଇଥିବା ଅଧିକାଂଶ ଅଭିଯୁକ୍ତ ହେଉଛନ୍ତି ପାକିସ୍ତାନୀ ନାଗରିକ ।
ସେପଟେ ଇରାକ ଓ ସାଉଦି ଆରବର ରାଷ୍ଟ୍ରଦୂତମାନେ ଅଭିଯୋଗ ଅନୁଯାୟୀ ପାକିସ୍ତାନୀ ଭିକାରିଙ୍କ ପାଇଁ ତାଙ୍କ ଜେଲ୍ ଗୁଡିକ ଭର୍ତ୍ତି ହୋଇଗଲାଣି । ବେଆଇନ ଭାବେ ବିନା ଭିସାରେ ତାଙ୍କ ଦେଶରେ ପ୍ରବେଶ କରିଥିବାରୁ ଏମାନଙ୍କୁ ଗିରଫ କରାଯାଇଛି । ଏହାପଛରେ ଏକ ମାନବ ଚାଲାଣ ରାକେଟ କାମ କରୁଥିବା ଖାଞ୍ଜାଡା କହିଛନ୍ତି ।
ଆହୁରି ପଢନ୍ତୁ ବିଦେଶ ଖବର...