ମହିଳା ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ସେ ଭାଗ ନେଇଛନ୍ତି । ଆଜି ଦୂତିଙ୍କର ୧୦୦ ମିଟରର ଦୌଡ଼ ରହିଛି । ଭାରତୀୟ ସମୟ ଅନୁସାରେ ସକାଳ ୮ଟାରୁ ୯ଟା ଭିତରେ ରହିଥିବା ୭ଟି ହିଟସ୍ ମଧ୍ୟରୁ ଗୋଟିଏରେ ସେ ଦୌଡ଼ିବେ । ଦୂତି ଚାନ୍ଦଙ୍କ ଉପରେ ଓଡିଶା ସହ ସାରା ଦେଶର ନଜର ରହିଛି ।
ଆଜି ଟୋକିଓ ଅଲିମ୍ପିକ୍ସରେ ଟ୍ରାକ୍କୁ ଓହ୍ଲାଇବେ ଦୌଡ଼ରାଣୀ

ଅର୍ଗସ ବ୍ୟୁରୋ: ଆଜି ଟୋକିଓ ଅଲିମ୍ପିକ୍ସରେ ଟ୍ରାକ୍କୁ ଓହ୍ଲାଇବେ ଓଡ଼ିଆ ଦୌଡ଼ରାଣୀ ଦୂତି ଚାନ୍ଦ । ଏକମାତ୍ର ଭାରତୀୟ ଆଥ୍ଲେଟ୍ ଭାବେ ଟୋକିଓର ଦୁଇଟି ଇଭେଣ୍ଟରେ ଭାଗ ନେଇଛନ୍ତି ଦୂତି ।
Download Argus News App
