ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମେତ ବିଶ୍ବର ଅନ୍ୟ ନେତାମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ବିଶ୍ୱର ପ୍ରାୟ ୪୫ଟି ଦେଶ ତୁର୍କୀକୁ ସହାୟତାର ହାତ ବଢ଼ାଇଛନ୍ତି ।
ଏବେବି ଟଳିନି ବିପଦ । 10 ଘଣ୍ଟା ମଧ୍ୟରେ ତିନି-ତିନି ଥର ଶକ୍ତିଶାଳୀ ଭୂକମ୍ପରେ ଦୋହଲି ଯାଇଛି ତୁର୍କୀ । 7.8, 7.5 ଓ ୬ ତୀବ୍ରତାଯୁକ୍ତ ଭୂକମ୍ପରେ ତୁର୍କୀର ପ୍ରାୟ 13ଟି ପ୍ରଦେଶ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଭୂକମ୍ପ ବିପଦ ସହିତ ବର୍ଷା ଓ ବରଫପାତ ମଧ୍ୟ ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି । ସେପଟେ ତୁର୍କୀ କୁ ଭାରତର ସହାୟତା । ତୁର୍କୀ ଯାଉଛନ୍ତି NDRF(ଉଦ୍ଧାରକାରୀ ଦଳ) ।
ସେପଟେ ପ୍ରତିକୂଳ ପାଗ ଯୋଗୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଥିବା ତୁର୍କୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସୀମାନ୍ତବର୍ତ୍ତୀ ସିରିଆରେ ମଧ୍ୟ ଅକଳ୍ପନୀୟ କ୍ଷତି ହୋଇଛି । ବର୍ତ୍ତମାସ ସୁଦ୍ଧା କ୍ଷୟକ୍ଷତିର ସଠିକ ପରିମାଣ ଆକଳନ ହୋଇନଥିବାବେଳେ ଭୂକମ୍ପ ପରେ ପ୍ରାୟ 5 ହଜାରରୁ ଅଧିକ ମୃତ ଦେହ ଉଦ୍ଧାର ହୋଇଛି । ଗତ ୮୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର କୁହାଯାଉଥିବା ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି।
ଲକ୍ଷାଧିକ ଆହତଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭୂକମ୍ପରେ 30 ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହେବାସହ 10 ହଜାରରୁ ଅଧିକ ଅଟ୍ଟାଳିକା ଧ୍ବଂସସ୍ତୂପରେ ପରିଣତ ହୋଇଛି। ହଜାର ହଜାର ଲୋକ ଏବେବି ଧ୍ବଂସସ୍ତୂପ ତଳେ ଦବି ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । କେବଳ ଏତିକି ନୁହେଁ, ପ୍ରଥମ ଭୂକମ୍ପ ପରେ ୭୮ ଥର ଛୋଟ ବଡ଼ ଝଟକା ମଧ୍ୟ ଅନୁଭୂତ ହୋଇଛି। ବିପର୍ଯ୍ୟୟ ନେଇ ତୁର୍କୀ ରାଷ୍ଟ୍ରପତି ରିସେପ ତେଇପ ଏର୍ଡୋଗାନ ଟିଭି ଜରିଆରେ ଦେଶବାସୀଙ୍କୁ ଶାନ୍ତ୍ୱନା ଦେଇଛନ୍ତି । ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ରାଷ୍ଟ୍ରରୁ ସ୍ବେଚ୍ଛାସେବୀ ପହଞ୍ଚୁଛନ୍ତି ।
ବିଦେଶ ନ୍ୟୁଜ ଆହୁରି ପଢନ୍ତୁ