ମାଟି ଗଦା ତଳୁ ଖୋଜା ଚାଲିଛି ଆତ୍ମୀୟ ସ୍ବଜନଙ୍କୁ। ଉଦ୍ଧାର କାର୍ଯ ବି ଚାଲିଛି ହେଲେ ବିପଦ ବଢାଇଛି ଆଫ୍ଟର ସକ। ମୃତ୍ୟୁ ସଂଖ୍ୟା ଆହୁରି ବହୁ ଗୁଣା ବୃଦ୍ଧି ପାଇବ ବୋଲି WHO ସମେତ ଅନ୍ୟ ଆନ୍ତର୍ଜାତୀୟ ସଂଗଠନ ଆଶଙ୍କା ପ୍ରକାଶ କରିଛନ୍ତି। ସାତ ଦିନ ଜାତୀୟ ଶୋକ ଘୋଷଣା କରିଛନ୍ତି ତୁର୍କୀ ରାଷ୍ଟ୍ରପତି ଏରଡୋଗାନ।
ଏହି ଦୁର୍ଦ୍ଦଶା ସମଯରେ ତୁର୍କୀ ସହ ଛିଡା ହୋଇଛି ଭାରତ। ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ତୁର୍କୀରେ ଘଟିଥିବା ଭୟଙ୍କର ଭୂକମ୍ପ ବିଷୟରେ ଆଲୋଚନା କରି ଭାବପ୍ରବଣ ହୋଇପଡିଛନ୍ତି। ମନେପକାଇଛନ୍ତି ଗୁଜରାଟର ଭୂଜର ଭୂକମ୍ପକୁ। ଆମେ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛୁ। ଏହି କଷ୍ଟ ସମୟରେ ଭାରତ ତୁର୍କୀକୁ ଯଥା ସମ୍ଭବ ସହାୟତା କରିବ ବୋଲି ପୁଣି ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ।