ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ 20ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ଅନେକ ସହର ମାଟିରେ ମିଶିଯାଇଛି। ପ୍ରାୟ 3ହଜାରରୁ ଅଧିକ ବିଶାଳ ଅଟ୍ଟାଳିକା ଧରାଶାୟୀ ହୋଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ପ୍ରାଥମିକ ଭାବରେ ତୁର୍କୀ ପ୍ରସାଶନ ତରଫରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବାପରେ ବିଭିନ୍ନ ଆନ୍ତର୍ଜାତିକ ସଂଗଠନ ଉଦ୍ଧାର ଓ ଥଇଥାନ କାର୍ଯ୍ୟରେ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସମେତ ବିଭିନ୍ନ ବିଶ୍ବନେତାମାନେ ଭୂମିକମ୍ପ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ତୁର୍କୀକୁ ସମସ୍ତ ପ୍ରକାର ମାନବୀୟ ସହଯୋଗ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଅଧିକ ବିଦେଶ ନ୍ୟୂଜ଼ ପଢନ୍ତୁ