2021ରେ ସ୍ଥାପିତ କଲୋସାଲ୍ ବାୟୋସାଇନସ ନାମକ ଉକ୍ତ କମ୍ପାନୀର ବୈଜ୍ଞାନିକମାନେ ଅତ୍ୟାଧୁନିକ ଜିନ୍ ଏଡିଟିଙ୍ଗ୍ ଜ୍ଞାନକୌଶଳର ବିନିଯୋଗ କରି ଡୋଡୋର ସମ୍ପୂର୍ଣ୍ଣ ଗୁଣସୁତ୍ର ଠାବ କରିବା ପରେ ସେଗୁଡିକୁ ତାହାର ସମ୍ପର୍କୀୟ ଗୁଣସୁତ୍ରକୁ ଠାବ କରିବା ପରେ ସେଗୁଡିକୁ ତାହାର ସମ୍ପର୍କୀୟ ପ୍ରଜାତିର ପକ୍ଷୀ ଶୀରରରେ ପ୍ରୟୋଗ କରି ଡୋଡୋକୁ ପୁଣି ଉଦ୍ଧାର କରାଯିବାର ଲକ୍ଷ୍ୟ ରଖାଯାଇଛି ।
ଲୋପ ପାଇବା ପୂର୍ବରୁ ଏହି ପକ୍ଷୀମାନେ ଭାରତୀୟ ମହାସାଗର ଅନ୍ତର୍ଗତ ମରିସସ୍ ଦ୍ୱୀପରେ ରହୁଥିଲେ । ପେଙ୍ଗୁଇନ ଓ ଓଟପକ୍ଷୀ ଭଳି ଏମାନେ ମଧ୍ୟ ଉଡିବାକୁ ଅସମର୍ଥ ଥିଲେ । ଯଦି ଡୋଡୋ ଫେରି ପାରେ ତେବେ ଆଗକୁ ଏହି କମ୍ପାନୀ ଥାଇଲାସିନ୍ ଓ ଉଲି ମାମଥ ଭଳି ବିଲୁପ୍ତ ପଶୁଙ୍କୁ ପୁଣି ପୁନର୍ଜୀବିତ କରିବାର ଲକ୍ଷ୍ୟ ରଖିଛି ।
ବିଦେଶ ଖବର ଆହୁରି ପଢନ୍ତୁ ।